ବିବାହ ମଣ୍ଡପ ନା କଲେଜ୍ ଉଠିଲା ପ୍ରଶ୍ନବାଚୀ?
ଓଡ଼ଗାଁ:- ପ୍ରାୟ ଦିନରେ ଓଡ଼ଗାଁ କଲେଜ ରେ କିଛନା କିଛି ଘଟଣାବଳୀ ଘଟି ଓଡ଼ଗାଁ କଲେଜ ଚର୍ଚ୍ଚାରେ ଥିବା ବେଳେ ଏବେ ବିବାହ ରିଲ୍ସ୍ କରି ଛତ୍ରଛାତ୍ରୀ ଙ୍କ ସହିତ ଓଡ଼ଗାଁ କଲେଜ ଚର୍ଚ୍ଚା କୁ ଆସିଛି। ଛାତ୍ର, ଛାତ୍ରୀ ଉଭୟ ଶଙ୍ଖା, ସିନ୍ଦୁର ପିନ୍ଧାଇ ବୈବାହିକ ଗୀତର ରିଲ୍ସ୍ ଏବେ ଭାଇରାଲ ହେବାରେ ଲାଗିଛି। ସାଥିରେ କିଛି ସାଙ୍ଗସାଥୀ ମଧ୍ଯ ଉପସ୍ଥିତ ରହି ଦେଖଣାହାରୀ ପାଲଟିଛନ୍ତି। ଯାହା ଓଡ଼ଗାଁ କଲେଜ ଶୃଙ୍ଖଳା ଓ ଉପଯୁକ୍ତ ତାଗିଦ୍ ଉପରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି। ଓଡ଼ଗାଁ କଲେଜ ର ଗୁଣଗାରିମା ଦାଣ୍ଡରେ ପଡି ହାଟରେ ଗଡୁଛି। ତେବେ ପୂର୍ବରୁ ଓଡ଼ଗାଁ କଲେଜ କର୍ମଚାରୀ ୭ ଘଣ୍ଟା ନରହୁଥିବାରୁ ଅଧ୍ଯକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍, ଏବଂ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ଆଦି ଅନେକ ଘଟଣାବଳୀ କଲେଜର ନିତିନିୟମ, ଆଇନଶୃଙ୍ଖଳା, କାର୍ଯ୍ଯଶୈଳୀ ଉପରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି । ଏବେ ଛାତ୍ରଛାତ୍ରୀ ନିଜର ହିତାହିତ ଜ୍ଞାନ ଭୁଲି ବିବାହ ରିଲ୍ସ୍ କରି ଭିଡିଓ ଭାଇରାଲ କରିବା ଘଟଣା କଲେଜ ର ଅନୁଶାସନ କୁ ଶକ୍ତ ଧକ୍କା ଦେଇଛି। ତେବେ ଏନେଇ କଲେଜ ଅଧ୍ଯକ୍ଷ ରାଜକିଶୋର ସାହୁ କହିଛନ୍ତି-" ଅନୁସନ୍ଧାନ ଚାଲିଛି । ସଠିକ ତଥ୍ୟ ମିଳିବା ପରେ ପିଲାଙ୍କୁ ଓ ସୋମାନଙ୍କର ବାପା ମା" ଙ୍କୁ ଡକାଯିବ । ତେବେ ବିଭିନ୍ନ ସମୟରେ ବିଭିନ୍ନ ଚର୍ଚ୍ଚା ରେ ଚର୍ଚ୍ଚିତ ଓଡ଼ଗାଁ କଲେଜ କେବେ ନିଜର ପୂର୍ବାବସ୍ଥାକୁ ଫେରୁଛି ତାହା ଦେଖିବାକୁ ବାକି ରହିଲା। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୨/୯/୨୦୨୩----୯,୪୫ Sakhigopal News,12/9/2023