Breaking News

ଓଡିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଏକ ବୈଠକ


ବରଗଡ଼ ----ବରଗଡ ଜିଲ୍ଲାର ଓଡିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ, ରାତ୍ର ଜଗୁଆଳି ଓ ଝାଡୁଦାର ସଂଘ ପକ୍ଷରୁ ବରାଗୁଡା ପଁରାପାଟ ମନ୍ଦିର ନିକଟରେ ଏକସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରଗଡ ଜିଲ୍ଲା ସଭାପତି ଧନଞ୍ଜୟ ପଟେଲ ସଭାପତିତ୍ବ କରିଥିଲେ। ଉପସଭାପତି ଗୋପାଳ ଭୋଇ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଥମେ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ସଂଘ ପକ୍ଷରୁ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ନିମନ୍ତେ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ । ପରିଶେଷରେ ସମ୍ପାଦକ କୈଳାସ ଖୁଣ୍ଟଲି ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୯/୨୦୨୩----୮,୧୦ Sakhigopal News,13/9/2023

Blog Archive

Popular Posts