ବ୍ରହ୍ମାକୁମାରୀ ତରଫରୁ ଜନ୍ମାଷ୍ଟମୀ ପାଳନ
ଭଞ୍ଜନଗର-- ବ୍ରହ୍ମାକୁମାରୀ ଉପସେବା କେନ୍ଦ୍ର ଭଞ୍ଜନଗର, ଶାନ୍ତିସ୍ରୋତ ଭବନରେ ଜନ୍ମାଷ୍ଟମୀ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡାକ୍ତର ସିମାଞ୍ଚଳ ଡାକୁଆ ମୁଖ୍ୟଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ସଂସାର ପରିବର୍ତ୍ତନ ନିମନ୍ତେ ଓଁ ଧ୍ବନି ମନ୍ତ୍ର ସହାୟକ ବୋଲି ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ରୂପେ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଜନ୍ମାଷ୍ଟମୀ ଉତ୍ସବ ରେ ମହତ୍ତ୍ୱ ପ୍ରତିପାଦନ କରିଥିଲେ। ମହାଭାରତରେ ଭ୍ରଷ୍ଟାଚାର, ଆସୁରିକ ପ୍ରବୃତ୍ତି ଧାରୀଙ୍କୁ ବିନାଶ କରି ସର୍ବ ଗୁଣ ସଂପନ୍ନ,୧୬ କଳା ସଂପନ୍ନ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀକୃଷ୍ଣ ଏହି ଧରାଧାମରେ ଜନ୍ମ କରିଥିଲେ ବୋଲି କହିଥିଲେ । ୨୦୦ରୁ ଉର୍ଦ୍ଧ୍ବ ଭାଇଭଉଣୀ ସୁସଜ୍ଜିତ କୃଷ୍ଣଙ୍କ ଝାଙ୍କିରେ ପୁଷ୍ପ ଅର୍ପଣ କରି ଆରାଧନା କରିଥିଲେ। କୁନି କୁନି ଭାଇଭଉଣୀଙ୍କ ଦ୍ଵାରା ସୁନ୍ଦର ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା। ବ୍ରହ୍ମାକୁମାର ଅକ୍ଷୟ ସଭା ପରିଚାଳନା ସହ ଧନ୍ୟବାଦ ଜଣାଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୯/୨୦୨୩---୮,୪୫ Sakhigopal News,7/9/2023