ବ୍ରିଜ ରୁ ଖସି ନଦୀ ରେ ଭାସିଗଲେ ଯୁବକ
କନ୍ଧମାଳ --- ବ୍ରିଜ ରୁ ଖସି ନଦୀ ରେ ଭାସିଗଲେ ଯୁବକ l ଘଟଣା ଘଟିଛି ବାଲିଗୁଡା ବ୍ଲକ ସୀମାନ୍ତ ଲଣ୍ଡାଗାଁ ଅଞ୍ଚଳରେ l ନିଖୋଜ ଯୁବକ ହେଲେ ଲଣ୍ଡାଗାଁ ପଞ୍ଚାୟତର କର୍ଣ୍ଣିବେଡା ଗାଁ ର ଚୈତନ୍ୟ ନାୟକ l ସୂଚନା ଅନୁଯାଇ ଚୈତନ୍ୟ ଆଜି ସକାଳ 8 ଟା ରେ ମୁଠାବାଲି ବ୍ରିଜ ରେ ବସିଥିଲେ l କିନ୍ତୁ ଦୁର୍ଭାଗ୍ୟ ବଶତଃ ବ୍ରିଜ ରୁ ଖସିପଡ଼ି ଥିଲେ l ଖଡ୍ଗ ନଦୀ ରେ ଭାସି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ଚୈତନ୍ୟ l ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସମ୍ପର୍କ ରେ ଜାଣିବା ପରେ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l କଣ୍ଟାମାଳ ଅଗ୍ନିଶମ ବାହିନୀ ର ଏକ ଟିମ ଖଡ୍ଗ ନଦୀରେ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି l ତେବେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ବି ଖଡ୍ଗ ନଦୀରୁ ଚୈତନ୍ୟ ଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଏବେ ବି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୭/୯/୨୦୨୩----୮,୫୦ Sakhigopal News,7/9/2023