ଭଙ୍ଗା ଟାଇଲ ଘରେ ନାଇଟ୍ ୱାଚରଙ୍କ ପରିବାର
ଓଡ଼ଗାଁ:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର ନାଇଟ୍ ୱାଚର କଲେଜ ଭିତରେ ଥିବା ଏକ ଭଙ୍ଗା ଟାଇଲ ଘରେ ନିଜ ସ୍ତ୍ରୀ ଓ ପୁଅ କୁ ଧରି ସପରିବାର ରହିଆସିଛନ୍ତି । ଏହି ଟାଇଲ ଘର ଭାଙ୍ଗି ଯାଇଥିବାରୁ ବର୍ଷାଦିନେ ଟାଇଲ୍ ରୁ ପାଣି ଗଳିବା ସହିତ ଘର ଭିତରେ ବର୍ଷାଜଳ ପଶୁଛି। ଫଳରେ ନାଇଟ୍ ୱାଚରଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ନାଇଟ୍ ୱାଚରଙ୍କ ପାଇଁ ଏକ ନୂତନ ଘର ନିର୍ମାଣ କାର୍ଯ୍ୟ ଦୀର୍ଘ ୫ମାସ ରୁ ଉର୍ଦ୍ଧ୍ବ ସମୟ ଧରି ତିଆରି ଚାଲୁଅଛି ।ରହ
ଏହା ଶେଷ ହୋଇପାରୁ ନାହିଁ। ଘରର ଶୌଚାଳୟ ଟାଙ୍କି ବସିନଥିବା ବେଳେ ଘରର ବିଦ୍ୟୁତ୍ ୱାରିଂ କାର୍ଯ୍ୟ ହୋଇନାହିଁ। ଫଳରେ ଏହି ଘରେ ସେ ଚଳିବା ସମ୍ଭବପର ହେଉନାହିଁ। ତେଣୁ ସେ ବାଧ୍ଯ ହୋଇ କଲେଜର ଅଚଳ ହଷ୍ଟେଲ ଭିତରେ ରହୁଥିବା ଦେଖାଯାଇଛି। ତେବେ ହଷ୍ଟେଲ ରେ ଛାତ୍ରୀ ରହିବା ପୂର୍ବରୁ ନାଇଟ୍ ୱାଚରଙ୍କ ପାଇଁ ଘର କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଦାବି ହେଉଛି। କଲେଜରେ କୋଟିକୋଟି ଟଙ୍କାର କାମ ହେଉଥିବା ବେଳେ ଜଣେ ନାଇଟ୍ ୱାଚରଙ୍କ ପାଇଁ ସାମାନ୍ଯ ଗୋଟିଏ ଘରର କାର୍ଯ୍ୟ କାହିଁକି ହୋଇପାରୁ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏନେଇ କଲେଜ ଅଧ୍ଯକ୍ଷ ରାଜକିଶୋର ସାହୁଙ୍କୁ ପଚାରିବାରେ " ଘର କାମ ଚାଲିଛି ଖୁବଶୀଘ୍ର କାମ ଶେଷ ହେବ ବୋଲି କହିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୦/୯/୨୦୨୩---୯,୪୫ Sakhigopal News,10/9/2023