Breaking News

ଦୀର୍ଘ ଦଶ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ




ଜଟଣୀ --- ଏକ ମହିଳା ଗୋଷ୍ଠୀର ମଧ୍ୟାହ୍ନ ଭୋଜନ ବିଲ ବ୍ଲକ କତୃପକ୍ଷଙ୍କ ନିକଟରେ ଦାଖଲ ପାଇଁ ଲାଞ୍ଚ ନେବା ମାମଲାରେ ଶୁଣାଣି କରି ଭୁବନେଶ୍ୱର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ ତତ୍କାଳୀନ ବଡ଼ ନୂଆଗାଁ ୟୁଜିୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି l ସୂଚନା ମୁତାବକ ଓଁ ମା ବସନ୍ତେଇ ମହିଳା ଗ୍ରୁପ ସ୍ଥାନୀୟ ବଡ଼ ନୂଆଗାଁ ଯୁଜୀୟୁପି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଯୋଗାଇ ଦେବା ଟେଣ୍ଡର ପାଇଥିଲେ । ମହିଳା ଗ୍ରୁପର ମଧ୍ୟାହ୍ନ ଭୋଜନ ବିଲ ପ୍ରସ୍ତୁତ କରି ବ୍ଲକ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାପାଇଁ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀ ପ୍ରତ୍ୟକ ମାସରେ ଲାଞ୍ଚ ମାଗୁଥିଲେ l ଏଥିରେ ଗୋଷ୍ଠୀର ସଭାପତି ସୌଦାମିନୀ ଭୁଜବଳ ଅତିଷ୍ଠ ହୋଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅବଗତ କରାଇଥିଲେ l ଯୋଜନା ମୁତାବକ ପ୍ରଧାନ ଶିକ୍ଷୟିତ୍ରୀ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡ଼ି ଗିରଫ ହୋଉଥିଲେ l ଏହା ୨୦୧୩ ମସିହା ଘଟଣା l ଦୀର୍ଘ ୧୦ ବର୍ଷ ପରେ ଅଦାଲତ ମାମଲା ଶୁଣାଣି କରି ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି l ଜୋରିମାନା ଦେଇ ନ ପାରିଲେ ଅଧିକ ୩ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି l ସେହିପରି ଅନ୍ୟଏକ ଦଫାରେ ଅଦାଲତ ୨ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି l ଅଦାଲତ ଦୁଇଟି ଯାକ ଦଣ୍ଡାଦେଶ ଶୁଣାଇବା ପରେ ଶିକ୍ଷୟିତ୍ରୀଙ୍କ ପେନସନ ବନ୍ଦ କରିବା ପାଇଁ ଆବେଦନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଦୁର୍ନୀତି ନିବାରଣ ବିଭାଗ l ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପ୍ଲବିକ ପ୍ରଶକ୍ୟୁଟର ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରିଥିବା ସୂଚନା ମିଳିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୯/୨୦୨୩----୮,୨୫ Sakhigopal News,12/9/2023

Blog Archive

Popular Posts