Breaking News

୫ମ ଦିନରେ ପହଞ୍ଚିଲା ଡେଲାଙ୍ଗ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ର ଆନ୍ଦୋଳନ, ବିଜେପି ଓ କଂଗ୍ରେସର ନେତା ଆନ୍ଦୋଳନରେ ସାମିଲ ହେଲେ



ସାକ୍ଷୀଗୋପାଳ ----ଡେଲାଙ୍ଗ ବ୍ଲକର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଆନ୍ଦୋଳନ ୫ମ ଦିନରେ।  ଗର୍ଜନରେ ପ୍ରକମ୍ପିତ ବିଇଓଙ୍କ କାର୍ଯ୍ୟାଳୟ।ପାଠ ପଢା ମଧ୍ୟାହ୍ନ ଭୋଜନ ସମ୍ପୂର୍ଣ୍ଣ ଠପ୍। ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ  ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁକ୍ର, ଶନି, ସୋମ, ମଙ୍ଗଳବାର ଦୀର୍ଘ ଚାରି ଦିନଧରି ଧାରଣା ଓ ପ୍ରତିବାଦ ସଭା ଜାରି ରଖିଥିବାରୁ ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷାରେ ଏକ ରକମ୍ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି ହୋଇ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି।ଏହା ଫଳରେ ଶୁକ୍ରବାର ଠାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ପୁରାପୁରି ବ୍ୟାହତ ହୋଇଛି । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁ ନାହିଁ କାହିଁକି ବୋଲି ଶିକ୍ଷକ ନେତୃତ୍ୱ ମାନେ ଗର୍ଜିଛନ୍ତି।ଶନିବାର ଦିନ ୧୨୦ଟି ବିଦ୍ୟାଳୟରେ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ପୁରା ବନ୍ଦ ଥିଲା।ସୋମବାର ଓ ମଙ୍ଗଳବାର ଦିନ   ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାରେ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ  ରଣହୁଙ୍କାର ଗର୍ଜନ କରିଛନ୍ତି । ସେମାନଙ୍କ ପ୍ରତି କୌଣସି ପ୍ରକାରର ଅବହେଳାକୁ ଆଉ ଏଣିକି ବରଦାସ୍ତ କରାଯିବନି ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି।ଡେଲାଙ୍ଗ ବ୍ଲକ୍ ର ପ୍ରାୟ ୧୦୦ଟି ପ୍ରାଥମିକ ବିଦ୍ୟାଳୟରେ ସୋମ ଓ ମଙ୍ଗଳବାର ବାର ଦିନ ତାଲା ଝୁଲି ପାଠପଢ଼ା  ଓ ମଧ୍ୟାହ୍ନ ଭୋଜନ ପୁରାପୁରି ବନ୍ଦ ରହିଥିବାର ଖବର ହସ୍ତଗତ ହୋଇଛି ।।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି  ଯୋର୍ ଦାର୍ କରାଯିବ ବୋଲି ଶିକ୍ଷକ ସଙ୍ଘ ତରଫରୁ ଆଜି ପୁଣି ବିଧିବଦ୍ଧ ଘୋଷଣା କରାଯାଇଛି ।ସୋମବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସଭାପତି ସୋମନାଥ ନନ୍ଦ , ପୂର୍ବତନ  ଡେଲାଙ୍ଗ ବ୍ଲକ୍ ସଭାପତି ମିଟୁକିଶୋର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇ ଆନ୍ଦୋଳନରେ ଯୋଗ ଦେଇ ତାଙ୍କର ବକ୍ତବ୍ୟ ଦେଇଥିଲେ ।ମଙ୍ଗଳଵାର ଦିନ ଏହି ଆନ୍ଦୋଳନରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ନେତା ଆଶ୍ରିତ ପଟ୍ଟନାୟକ, କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର,ରେଞ୍ଚ ସରପଞ୍ଚ ହରିହର ସ୍ବାଇଁ ପ୍ରମୁଖ ଶିକ୍ଷକଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶିକ୍ଷକ ମାନେ ସମାଜ ଓ ଦେଶର ମେରୁଦଣ୍ଡ। ସେମାନଙ୍କ ପ୍ରତି ଅବିଚାର କଦାପି ଠିକ୍ ନୁହେଁ ବୋଲି ସେମାନେ ବକ୍ତବ୍ୟରେ ଯୁକ୍ତି ବାଢ଼ିଛନ୍ତି। ଡେଲାଙ୍ଗ ବ୍ଲକ୍ ସଂଘ ଶିକ୍ଷକ ନେତା ଦୟାନିଧି ମାର୍ଥା, ପବିତ୍ର ମୋହନ ଜେନା, ଅଭିମନ୍ୟୁ ପ୍ରଧାନ, ଦିଲ୍ଲୀପ ବେହେରା,ଜ୍ଞାନ ରଞ୍ଜନ ମହାପାତ୍ର,ତାରା ମଲିକ, ବିଚିତ୍ରାନନ୍ଦ ନାୟକ,ଦୁର୍ଯ୍ୟୋଧନ ପ୍ରଧାନ,ପ୍ରଣୟ ସ୍ବାଇଁ,ତପନ ମଲ୍ଲିକ, ସୂର୍ଯ୍ୟକାନ୍ତ ନାୟକ, ମଙ୍ଗୁଳି ପରିଡ଼ା ,ଅମରେନ୍ଦ୍ର ପ୍ରଧାନ,ଲୋକନାଥ ପ୍ରଧାନ,ଦୀତିକାନ୍ତ ପ୍ରଧାନ , ଫକିର ଦାସ,ପ୍ରଫୁଲ୍ଲ ଦାସ ,ସୁରେଶ୍ ମଲ୍ଲିକ,ଚନ୍ଦ୍ରଶେଖର, ଦୁଃଶାସନ ସାହୁ ରବିନ୍ଦ୍ର ସ୍ବାଇଁ,ବିଜୟ ବିଶ୍ବାଳ,ହରି ପାତ୍ର,ପବିତ୍ର ପଣ୍ଡା,ପୂର୍ଣ୍ଣ ସାହୁ,ଅଭୟ ସାହୁ ,ସୁଦୀପ୍ତ କୁମାର ପରିଡ଼ା,ମନୋରଞ୍ଜନ ଜେନା, ପ୍ରଦୀପ ବଳିୟାର ସିଂହ, ବସନ୍ତ ସେଠୀ,ହାଡିରାମ ସିଂ,ପ୍ରସନ୍ନ ପାତ୍ର,କୈଳାସ ବେହେରା, କୈଳାସ ପ୍ରଧାନ,ସୁଧାଂଶୁ ବାଳା ପ୍ରଧାନ, ସରୋଜିନୀ ଜେନା,ଗୀତାଞ୍ଜଳି ଶତପଥୀ,ପ୍ରଜ୍ଞା ପାରମିତା ବିଶ୍ବାଳ,ଗୋଲାପ ଦେଇ, ରାଜଲକ୍ଷ୍ମୀ ମିଶ୍ର,ସକିନା ବେଗମ୍,ଅମିତା ମହାନ୍ତି, ସବିତା ସାହୁଙ୍କ ସହ ପ୍ରାୟ ୩୪୫ ଶିକ୍ଷକ ଶିକ୍ଷୟିତ୍ରୀ ଗଣତାନ୍ତ୍ରିକ ଉପାୟରେ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଚଳାଇ ଛନ୍ତି ।ସରକାର ଶିକ୍ଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରି ନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ନଯାଇ ଆନ୍ଦୋଳନରେ ଯୋଗ ଦେଇଥିବା କଥା କହିଛନ୍ତି ।ଶିକ୍ଷା ସହାୟକ ଛଅ ବର୍ଷ ସମୟକୁ ଚାକିରି କାଳ ଭାବେ ଗଣନା କରିବା, ସମସ୍ତଙ୍କୁ କେନ୍ଦ୍ରୀୟ ହାରରେ ୪୨୦୦ଗ୍ରେଡ ପେ ପ୍ରଦାନ, ସବୁ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରଣ ଓ ସରକାରୀ ସୁବିଧା ସୁଯୋଗ ,ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଆଦି ବିଭିନ୍ନ ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁକ୍ରବାର ଠାରୁ ଡେଲାଙ୍ଗ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅବ୍ୟାହତ ରଖିଛନ୍ତି।ସବୁ ସିଆରସିସି ମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବାରୁ ଶିକ୍ଷା ବ୍ୟବସ୍ଥାରେ ସ୍ଥାଣୁତା ଦେଖାଦେଇଛି ।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଦୃଢ ପ୍ରତିଜ୍ଞା କରିଛନ୍ତି।ଏହି ଆନ୍ଦୋଳନ ଚାଲୁରହିବ ବୋଲି ସଂଘ ଦୃଢ଼ ନିଷ୍ପତ୍ତି ନେଇ ଆଗେଇବାକୁ ବଦ୍ଧ ପରିକର ବୋଲି ଦୋହରାଇଛି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୯/୨୦୨୩----୭,୩୫ Sakhigopal News,12/9/2023

Blog Archive

Popular Posts