Breaking News

ଟ୍ରକ ପଛରେ ମଟର ସାଇକେଲ ପିଟି ହୋଇ ଜଣେ ଯୁବକର ମୃତ୍ୟୁ ଦୁଇଜଣ ଗୁରୁତର



 

ସାକ୍ଷୀଗୋପାଳ ---- ଟ୍ରକ ପଛରେ ପିଟି ହୋଇ ସାକ୍ଷୀଗେ।।ପଳର ଜଣେ ବିଜେପିର ଆଗ ଧାଡିର କର୍ମୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ତେଇଶିପୁର- ସାତଶଙ୍ଖ ମଝିରେ ଏହି ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ସାକ୍ଷୀଗୋପାଳର ତିନି ଜଣ ଯୁବକ ଏକ ମଟର ସାଇକେଲରେ ଫେରୁଥିବା ସମୟରେ ରାସ୍ତା କରରେ ଖରାପ ହୋଇ ଟ୍ରକ ଠିଆ ହୋଇଥିଲା । ଗାଡି ନଂ- ଓଆର- ୦୪-ଏନ- ୬୦୩୫ । ଟ୍ରକଟିର ଆଗଚକ ଫାଟି ଯିବାରୁ ଗାଡିର ଡ୍ରାଇଭର ଜଗ ଲଗାଇ ଗାଡିଟିକୁ ରାସ୍ତା କରରେ ଠିଆ କରାଇଥିଲା । ଯୁବକ ମାନଙ୍କର ଅବହେଳା ଯୋଗୁ ଟ୍ରକ ପଛରେ ଧକ୍କା ଦେଇଥିଲେ । ଯାହାକି ରାସ୍ତା ଉପରେ ତିନି ଜଣ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକମାନେ ଆମ୍ବଲାନସ ଯୋଗେ ସାକ୍ଷୀଗୋପାଳ ମେଡିକାଲକୁ ପଠାଇଥିଷଲ । ସେଠାରେ ଡାକ୍ତର କାଞ୍ଜିଆ ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ନିଶିକାନ୍ତ ( ରିଙ୍କୁ) ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଯୁବକ ହେଲେ ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ଚିତ୍ତରଞ୍ଜନ ମଲ୍ଳିକ ଓ  ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ଛଅନଂ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଏହି ଖରବ ପ୍ରସାରିତ ହେବା ପରେ ସାକ୍ଷୀଗୋପାଳ ମେଡିକାଲରେ ଲୋକଙ୍କର ଗହଳି ଲାଗିବା ସହ ଶୋକରଛାୟା ଖେଳିଯାଇଛି । ଖବର ପାଇ ସାକ୍ଷୀଗୋପାଳ ପୋଲିସ ଶବ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲା । ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତମସତ୍କାର କରାଯାଇଥିଲା ।  ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ସହିତ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂଙ୍କ ସହିତ ଓମ ପ୍ରକାଶ ମିଶ୍ର ପ୍ରମୁଖ ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇଛନ୍ତି  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୧/୯/୨୦୨୩---୭,୧୦   Sakhigopal News, 11/9/2023

Blog Archive

Popular Posts