Breaking News

ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ମା ମାହେଶ୍ୱରୀ ତନ୍ତ ସମବାୟ ସମିତି ପରିସରରେ "ଓଡ଼ିଶା ମୋପରିବାର" ଓ ମା ସମଲେଶ୍ଵରୀ ମନ୍ଦିର ପୂଜା କମିଟି ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ ମହିଳାଙ୍କ ସମେତ ୫୪ ଜଣ ରକ୍ତ ଦାନକରି ଥିଲେ । ବରଗଡ ରକ୍ତଭଣ୍ଡାର ଅଧିକାରୀ ଡାଃ ସୁଧିର ମେହେର ଓ. ଟେକନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତାଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ଭେଡେନ ବ୍ଲକ ବିଜୁ ଜନତା ଦଳର ସଭାପତି ହରିଶଙ୍କର ବେହେରା, ଭେଡେନ ବ୍ଲକ ଉପାଧ୍ୟକ୍ଷ ଡୋଳାମଣି କ୍ଷେତି, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ,ଲୁପୁରସିଂହା ସରପଞ୍ଚ ପ୍ରତାପ ହୋତା, ରୁଷୁଡା ସରପଞ୍ଚ ସୁରେନ୍ଦ୍ର କର୍ମୀ,ପୂର୍ବତନ ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ଯୁବନେତା ମୋହନ ଦୋରା, ଶୁଶିଲ ଭୂଏ,ଦୁର୍ଯ୍ୟୋଧନ ସେଠ, ଜଳନ୍ଧର ସାହୁ, ପ୍ରମୋଦ ଭୋଇ ଓ ଅନ୍ୟାନ୍ୟ ମହିଳା ନାରୀନେତ୍ରୀ ଓ ଯୁବ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୨୩----୯,୫୫ Sakhigopal News,5/9/2033

Blog Archive

Popular Posts