Breaking News

ବଳପୁର ଉଚ୍ଚ ବିଦ୍ଯାଳୟରେ ଏକା ସଙ୍ଗେ ତିନି ଶିକ୍ଷକଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା

 


     ସାକ୍ଷୀଗୋପାଳ ---- ପୁରୀ ଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଉଚ୍ଚ ବିଦ୍ଯାଳୟ ରେ ଶିକ୍ଷକଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲାଦ ଜେନା, କ୍ରିଡା ଶିକ୍ଷକ ଫକିର ଚରଣ ବରାଳ ଓ ପ୍ରମୋଦ କୁମାର ନାୟକଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଦିଆଯାଇ ଥିଲା  । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ଅମୂଲ୍ଯ କୁମାର ହୋତା ସଭାପତୀତ୍ୱ କରିଥିଲେ  । ମୁଖ୍ଯ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବେହେରା, ମୁଖ୍ଯ ବକ୍ତା ପ୍ରଫୁଲ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, କପିଳ ଚନ୍ଦ୍ର ସାହୁ, ସିଆରସିସି କୈଳାସ ଚନ୍ଦ୍ର ତ୍ରିପାଠୀ, ବସନ୍ତ କୁମାର ମିଶ୍ର, ନିରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ  । ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କ ର କର୍ତ୍ତବ୍ଯ ନୀଷ୍ଠା, ସରଳତା, ଶିକ୍ଷାଦାନରେ ପଟୁତା ସଂପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ  । ବିଦ୍ଯାଳୟ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରି ଥିଲେ  । ବିଭିନ୍ନ ବିଦ୍ଯାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ସମ୍ବର୍ଦ୍ଧନାରେ ଉପସ୍ଥିତ ରହିଥିଲେ  । ଉତରୀୟ ମାନପତ୍ର ପୁଷ୍ପଗୁଚ୍ଛ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୬/୩/୨୦୨୩---୮,୨୫ Sakhigopal News,6/3/2023

Blog Archive

Popular Posts