ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନ ନିମନ୍ତେ ଦିନିକିଆ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପୁରୀଙ୍କ କାର୍ଯ୍ୟାଳୟର ସଭାଗୃହ ପରିସରରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ବୈଜ୍ଞାନିକ ପ୍ରଶାଳୀରେ ମହୁମାଛି ପାଳନ ଉପରେ ଏକ ଦିନିକିଆ କ୍ଷେତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଖଣ୍ଡଳେଶ୍ୱର ମହିଳା ଶକ୍ତି ସଂଗଠନର ୨୦ ଜଣ ସଦସ୍ୟା ଯୋଗଦେଇଥିଲେ । ମହୁ ମାଛି ପାଳନ ପ୍ରଣାଳୀ ଗୁଡିକ ପ୍ରତ୍ୟକ୍ଷ ଭାବେ ଦେଖିଥଲେ ଚୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସୁମିତା ଆଚାର୍ଯ୍ୟ ମା ମାନଙ୍କୁ ବୈଜ୍ଞାନିକ ପ୍ରଶାଳୀରେ ମହୁ ମାଛି ପାଳନ ତଥା ମହୁର ବ୍ୟବସାୟୀ, ଋଣ ଓ ଉପଦେୟାତା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଗୋପ ବ୍ଳକର ବିଟିଏମ ଶ୍ରୀମତୀ ଦିପାଳୀ ଛାଟୋଇଗୋଷ୍ଠୀ ମାଧ୍ୟମରେ ମହୁଚାଷ କରିବା ପାଇଁ ଯୋଗ ଦେଇଥିବା ମା ମାନଙ୍କୁ ଉତ୍ସାହିତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ଓ ବିଭୁପ୍ରସାଦ ଦାଶ ଶିବିରଟିକୁ ପରିଚାଳନାରେ ସହଯୋଗ କରିଥିଲେ । ମହୁ ଚାଷ ତଥା ମହୁ ମାଛି ପାଳନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ରାଜେଶ ବିଶ୍ୱାଳ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୨, ୪--୪୦ Sakhigopal News, 3/12/2022