ସଂସ୍କୃତ ବିଭାଗର ସ୍ୱାଗତ ସମାରୋହ ଓ ପାଠଚକ୍ର ଅନୁଷ୍ଠିତ
ସାକ୍ଷୀଗୋପାଳ ----- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ସଂସ୍କୃତ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମାରୋହ ଓ "କାବ୍ୟ ଲକ୍ଷଣାନି "ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସମ୍ମାନ ଛାତ୍ରୀମାନଙ୍କ ଦ୍ଵାରା ବେଦପାଠ ଓ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ବିଭାଗୀୟ ଅଧ୍ୟାପିକା ପ୍ରଫେସର ସସ୍ମିତା ପ୍ରଧାନ ଅତିଥିମାନଙ୍କୁ ମଞ୍ଚଙ୍କୁ ଆମନ୍ତ୍ରଣ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ଶୃଙ୍ଖଳା ରକ୍ଷାକରିବା ଓ ପାଠଚକ୍ରର ବିଶେଷତା ତଥା ସାରସ୍ୱତ ସୃଷ୍ଟିର ସ୍ରଷ୍ଟା କବି ସମାଜକୁ ଦିଗଦର୍ଶନ ଦେବା ଅଭିପ୍ରାୟରେ କାବ୍ୟ ରଚନା କରିଥାଏ ଏବଂ କାବ୍ୟାମୃତ ରସର ଆସ୍ଵାଦନ ଦ୍ୱାରା ଏକ ଅପୂର୍ବ ଅଲୌକିକ ଆନନ୍ଦର ଅନୁଭବ ହୋଇଥାଏ ବୋଲି ଅଭିବ୍ୟକ୍ତ କରିଥିଲେ l ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ଅତିଥିମାନଙ୍କ ପରିଚୟ ଓ ବିଷୟବସ୍ତୁର ପ୍ରାକ ସୂଚନା ଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ସାଧନ ବ୍ୟକ୍ତିତ୍ୱ ଭାବରେ ପିପିଲି ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁନନ୍ଦା ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କାବ୍ୟର ଲକ୍ଷଣ, ପ୍ରୟୋଜନ, ସ୍ଵରୂପାଦି ସମ୍ବନ୍ଧରେ ସବିଶେଷ ବର୍ଣ୍ଣନା କରିଥିଲେ l
ବିଭାଗୀୟ ପ୍ରାଧ୍ୟାପିକା ଡ଼ଃ କଳ୍ପନା କୁମାରୀ ମହାପାତ୍ର "କବି ତା'ର ହୃଦୟର ଭାବନା, ସମାଜର ଚିତ୍ର, ପରିବେଶର ସ୍ୱରୂପ, ଅସୀମର ରୂପରେଖ ଏବଂ ସର୍ବୋପରି ନିଜର ଅମୂର୍ତ୍ତମୟୀ ଲେଖନୀ ମୁନରେ କାବ୍ୟ ରଚନା କରି ରାମାଦିବତ ପ୍ରବର୍ତ୍ତିତବ୍ୟମ ନ ରାବଣାଦିବତ ବୋଲି ଶିକ୍ଷା ପ୍ରଦାନ କରି ପ୍ରତ୍ୟେକ ପାଠକ /ପାଠିକା ସମ୍ମୁଖରେ ଆଦର୍ଶର ସୁଗମ ସୁବିସ୍ତାର ସତମାର୍ଗ ପ୍ରଦର୍ଶନ କରିଥାଏ" ବୋଲି ଅଭିବ୍ୟକ୍ତି କରିବା ସହ ସନ୍ଦର୍ଭ ପଠନ କରିଥିଲେ l ପରେ ତୃତୀୟ ବର୍ଷର ଛାତ୍ରୀମନେ ସନ୍ଦର୍ଭ ପାଠ କରିଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l ଏହି ଅବସରରେ ସମ୍ମାନ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରିଶେଷରେ ତୃତୀୟ ବର୍ଷର ସମ୍ମାନ ଛାତ୍ରୀ କୁମୁଦିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୨/୨୦୨୨,---୮,୪୦ Sakhigopal News,14/12/2022
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୨/୨୦୨୨,---୮,୪୦ Sakhigopal News,14/12/2022
ସଂସ୍କୃତ ବିଭାଗର ସ୍ୱାଗତ ସମାରୋହ ଓ ପାଠଚକ୍ର ଅନୁଷ୍ଠିତ
Reviewed by sakhigopal news
on
06:51
Rating: 5
