Breaking News

ବ୍ଳକ ସ୍ତରୀୟ ଖେଳକୁଦ ପାଇଁ ପ୍ରସ୍ତୁତି ବୈଠକ

 


ସାକ୍ଷୀଗୋପାଳ----- ସତ୍ୟବାଦୀ ହାଇସ୍କୁଲ ପରିସରରେ ବ୍ଳକ ସ୍ତରୀୟ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଖେଳକୁଦ ପ୍ରତିଯୋଗିତା ୨୧ ତାରିଖରେ ଅନୁଷ୍ଠିତ ହେବ । ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦ୍ଦ୍ୟେଶରେ ୨୦୨୩ ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ପ୍ରତିଯୋଗିତା କରାଯିବା ପାଇଁ  ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହାଇଯାଇଛି । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ୨୧ ତାରିଖରେ କରାଯିବାକୁ ଥିବା ବ୍ଳକର ୨୪ ଗୋଟି ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରୁ ବଛା ବଛା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଖୋଖୋ, କବାଡି ଓ ଫୁଟବଲ ପ୍ରତିଯୋଗିତା କରାଯିବ । ଯୋଗ୍ୟ ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରକୁ ବଛାଯିବ ବୋଲି ଜଣାପଡିଛି । ଏହି ପ୍ରସ୍ତୁତି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ,  ମଣ୍ଡଳ ଶିକ୍ଷା ଅଧିକାରିଣି ଭବମ ପ୍ରଧାନ, ସତ୍ୟବାଦୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଙ୍କ ସହିତ ଶାରୀରିକ ଶିକ୍ଷକ ସୁଚିତ୍ର ଖଟେଇ ଓ ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୨--୭,୧୦

Blog Archive

Popular Posts