ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଓ ଭେଡେନ ବ୍ଲକ ବିଜ୍ଞାନ ସଂଯୋଜ ତଥା ବିଚାରକ ଭାବେ ସଂଜୀବ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି ବିଜ୍ଞାନ ମେଳା ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଆୟୋଜନ କରିଥିଲେ। ଏଥିରେ ୧୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ବିଭାଗ ରେ ପ୍ରଥମ ରୁଚିସ୍ମିତା ନାୟକ ( ଲେଜର ଆଲାର୍ମ) ଦ୍ଵିତୀୟ ଆର୍ଯନ ମେହେର (ରାସ୍ତା ନିର୍ମାଣ ରେ ପ୍ଲାଷ୍ଟିକ ର ବ୍ଯବହାର) ତୃତୀୟ ମୋହିତ ନାଗ (ହଲୋ ଗ୍ରାମ)। କନିଷ୍ଠ ବିଭାଗ ରେ ପ୍ରଥମ ଶୁଭଶ୍ରୀ ଦୁଆନ (ହାତ ତିଆରି ସେନିଟାଇଜର) ଦ୍ଵିତୀୟ ଅଶୋକ କର୍ମୀ (ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା) ତୃତୀୟ ଜଗଦାନନ୍ଦ ମଲ୍ଲିକ (ବର୍ଷା ଜଳ ସଂରକ୍ଷଣ)। ଏହି ସମୟରେ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ସହଯୋଗ କରିଥିଲେ।