ଅମିନ ସାରଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମୃତି ସଭା
ଡେଲାଙ୍ଗ -ସ୍ଥାନୀୟ ବେରଵୋଇ ଠାରେ ସ୍ପଷ୍ଟବାଦୀ, ସଂଗ୍ରାମୀ ଓ ଆଦର୍ଶ ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ବାଳଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ପରିବାରବର୍ଗ , ଶିକ୍ଷକ ସମାଜ ଓ ବୁଦ୍ଧିଜୀବି ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଡେଲାଙ୍ଗ ବ୍ଲକ୍ ପ୍ରାକ୍ତନ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରହଲ୍ଲାଦ ସ୍ଵାଇଁ ସଭାପତିତ୍ବ କରିଥିଲେ । ସଭାରେ ପୂର୍ବତନ ପିପିଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡ଼ା, ଡେଲାଙ୍ଗ ଏବିଇଓ ଲକ୍ଷ୍ମଣ ପ୍ରଧାନ, ଶିକ୍ଷାବିତ୍ କୁନ୍ତଳା ବିଶ୍ଵାଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଯୋଧନ ସାହୁ, ଚକ୍ରଧର ତ୍ରିପାଠୀ , ସମାଜସେବା ମହେଶ୍ୱର ହାତୀ, ଶିକ୍ଷକ ନେତା ରାମନାରାୟଣ ମିଶ୍ର, ମିଟୁ କିଶୋର ପ୍ରଧାନ, ପବିତ୍ର ଜେନା, ପ୍ରଧାନ ଶିକ୍ଷକ ଅନନ୍ତ ସାହୁ, ଦିଗମ୍ବର ରଥ, ଅଭୟ ରଥ , ପ୍ରଦୀପ ସେଠୀ ,ଗୋପାଳ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ଦାସ, ସନ୍ତୋଷ ମିଶ୍ର, ଛାଟୋଇ ମୋତିଲାଲ, ସୁରେନ୍ଦ୍ର ନାୟକ ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡା,ସିଆରସିସି ଅମରେନ୍ଦ୍ର ପ୍ରଧାନ, ଶିକ୍ଷକ ଅଭୟ ଚରଣ ସାହୁ, ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ବିଶ୍ଵାଳଙ୍କ ସୁଦୃଷ୍ଟି, ସୁଦୃଢ଼ ବ୍ୟକ୍ତିତ୍ଵ, ସଂଘୀୟ ସୁନେତୃତ୍ବ, ଦୃଢ ମନୋବଳ, ଉତ୍ତମ ବିଚାର, ସ୍ଵାଭିମାନୀ ଗୁଣ, ଶିକ୍ଷକ ସଂଗଠକ ଓ ସଂଘ ଘର ନିର୍ମାଣପାଇଁ ତାଙ୍କର ଅବଦାନ,ଛାତ୍ରବତ୍ସଳ ଗୁଣ ଭଳି ଅନେକ ଅଭୁଲା ଅତୀତର ଅନୁଭୂତିକୁ ଯୋଗ ଦେଇଥିବା ଶିକ୍ଷକ ଓ ଅତିଥି ମାନେ ମନେ ପକେଇ ସ୍ମୃତି ଚାରଣ କରିଥିଲେ। ସିଆରସି କ୍ଷେତ୍ରବାସୀ ଆଳୂକ ସମବେତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ସଭାରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ସଭାରେ ତାଙ୍କ ଜୀବନୀ ଆଧାରିତ "ସଂଗ୍ରାମ ପଥେ ଅମିନ ସାର୍"ପୁସ୍ତକ ଉନ୍ମୋଚିତ ହୋଇଥିଲା। ସମସ୍ତଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ପତ୍ନୀ ମନୋରମା ବିଶ୍ଵାଳ, ଜ୍ୟେଷ୍ଠ ଭାଇ ଅବସରପ୍ରାପ୍ତ ଶିକ୍ଷକ ଦିବାକର ବିଶ୍ଵାଳ, କନ୍ୟା ଟିକି, କୁନା, ନୀଳିମା, ଝିଆରୀ ଝରଣା, ପୁତୁରା ନିରଞ୍ଜନ ଓ ପରିବାର ସମ୍ପର୍କୀୟ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ଶିକ୍ଷକ ଅଭୟ ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୨/୨୦୨୨---୨,୧୦ Sakhigopal News,15/12/2022