ଭେଡେନ ବ୍ଲକ ସ୍ଥରୀୟ ବିଜ୍ଞାନ ମେଳା ପ୍ରସ୍ତୁତି ବୈଠକ
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସଭା ଗୃହରେ ଵି. ଇ.ଓ.ଶ୍ରୀ ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ଥରୀୟ ବିଜ୍ଞାନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ. ଵି.ଇ.ଓ. ହେମବତୀ ମେହେର, ଅଭିମନ୍ୟୁ ଭୋଇ ଓ ଶିବଲାଲ ମେହେର, ପ୍ରଧାନ ଶିକ୍ଷକ ବନମାଳୀ ଦାଶ ଓ ବ୍ଲକ ବିଜ୍ଞାନ ସଂଯୋଜକ ସଂଜୀବ କୁମାର ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଵି.ଇ.ଓ ଶ୍ରୀ ମଲ୍ଲିକ ଓ ବ୍ଲକ ବିଜ୍ଞାନ ସଂଯୋଜକ ପଧାନ ବିଜ୍ଞାନ ପ୍ରକଳ୍ପ ଉପରେ ସବିଶେଷ ଆଲୋକପାତ କରିଥିଲେ । ଚଳିତ ଶିକ୍ଷା ବର୍ଷର ଥିମ ହେଉଛି ଟେକ୍ନୋଲୋଜି ଏଣ୍ଡ ଟଏଜ । ସାତଟି ସବ ଥିମରୁ ଯେ କୌଣସି ଗୋଟିଏ ପ୍ରକଳ୍ପ ପ୍ରତେକ ବିଦ୍ୟାଳୟରୁ ପ୍ରଦର୍ଶନ କରିବେ । ଚଳିତ ବର୍ଷ ତା.9/12/22 ଦିନ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ, ଭେଡେନ ଠାରେ ବ୍ଲକ ସ୍ଥରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶେଷରେ ପୂର୍ବତନ ସି.ଆର.ସି. ସି.ଅରୁଣ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ବ୍ଲକର ପ୍ରାଥମିକ,ଉଚ୍ଚ ପ୍ରାଥମିକ, ସରକାରୀ ସାହାଯ୍ୟ ପ୍ରାପ୍ତ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ତଥା ସମସ୍ତ ସି.ଆର.ସି. ସି. ଉପସ୍ଥିତ ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୨/୨୦୨୨---୯,୪୫ Sakhigopal News,2/12/2022