Breaking News

ଗାଁ ପାଖରେ ୧୮ ହାତୀ , ଘଣ୍ଟ ବଜାଇ ଘଉଡାଇଲେ ସ୍ଥାନୀୟ ଲୋକେ



ଭଞ୍ଜନଗର – ସକାଳୁ ସକାଳୁ ଗାଁ ନିକଟରେ ଚକ୍କର ମାରିଲେ ୧୮ ଟି ବଣୁଆ ହାତୀ । ସ୍ଥାନୀୟ ଲୋକେ ଭୟଭୀତ ହେବା ସହ , ଘଣ୍ଟ ବଜାଇ ହାତୀପଲ କୁ ଘଉଡାଉଥିବାର ଦେଖିବାକୁ ମିଳିଥିଲା । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ କୁଲାଡ – ତାରାସିଙ୍ଗି ରାସ୍ତାରେ । ଉଲୁଦନ ଗାଁ ନିକଟ ସ୍ଥାନୀୟ ନଦୀ ପାର ହୋଇ ଗାଁ ନିକଟ ଜଙ୍ଗଲରେ , ଡେରା ପକାଇଥିଲେ ‌ହାତୀପଲ । ଦଳରେ ରହିଥିବା ଛୁଆ ହାତୀ କୁ ସୁରକ୍ଷା ଦେବାପାଇଁ ହାତୀପଲ ସହ ଦନ୍ତା ହାତୀ ଉଗ୍ର ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ କର୍ମଚାରୀ ମାନେ ପହଞ୍ଚି  ଲୋକଙ୍କୁ ସତର୍କ କରାଇବା ସହ ହାତୀଙ୍କ ସୁରକ୍ଷା ପାଇଁ ସତର୍କ ନଜର ରଖିଥିବା ଜଣାପଡିଛି । ଗତ ଦୁଇମାସ ଧରି ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଙ୍ଗି ବନାଞ୍ଚଳରେ ୧୮ ଟି ହାତୀ ଚକ୍କର ମାରୁଛନ୍ତି । ଅଧିକାଂଶ ସମୟରେ ସକାଳେ ଏବଂ ସନ୍ଧ୍ୟାରେ ହାତୀପଲ ଧାନ କ୍ଷେତ ଏବଂ ଗାଁ ଆଖପାଖ ଅଞ୍ଚଳରେ ଘୁରି ବୁଲୁଛନ୍ତି  । କିଛି ଚାଷୀଙ୍କ ଧାନଫସଲ ଖାଉଛନ୍ତି ଏବଂ ପାଦରେ ଦଳି ନଷ୍ଟ କରୁଛନ୍ତି । ଏହାସହ ସଂପୃକ୍ତ ହାତୀପଲ ତାରାସିଙ୍ଗି ବନ୍ୟାଞ୍ଚଳ ସହ ମୁଜାଗଡ , ଗାଲେରୀ ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳକୁ ଘୁରି ବୁଲୁଛନ୍ତି । ଏନେଇ ସ୍ଥାନୀୟ ଲୋକେ ପ୍ରତିଦିନ ଭୟ ଓ ଆଶଙ୍କା ଭିତରେ ଦିନ ବିତାଉଛନ୍ତି । ଏନେଇ ବନବିଭାଗ ପକ୍ଷରୁ ମଧ୍ୟ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ବାଣ ଫୁଟାଇ ଏବଂ ନିଆଁ ଜାଳି ହାତୀଙ୍କୁ ଘଉଡାଇବା ପାଇଁ ଦିନରାତି ଜଙ୍ଗଲ ଆଖପାଖ ଅଂଚଳରେ ପ୍ରହରା ଦେଉଛନ୍ତି  ବନ କର୍ମଚାରୀ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୩/୧୨/୨୦୨୨---୮,୫୦ Sakhigopal News,3/12/2022

Blog Archive

Popular Posts