ବିଶ୍ବ ଭିନ୍ନକ୍ଷମ ଦିବସରେ ସତ୍ୟବାଦୀ ବ୍ଲକ ର ଗୋଷ୍ଠୀ ଅନ୍ତର୍ଣିବେଶି ଶିକ୍ଷାସାଧନ କେନ୍ଦ୍ର ଉଦଘାଟନ
ସାକ୍ଷୀଗୋପାଳ -- ଶନିବାର ଦିନ ସତ୍ୟବାଦୀ ବ୍ଲକ ର ଗୋଷ୍ଠୀ ଅନ୍ତର୍ଣିବେଶି ଶିକ୍ଷାସାଧନ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଉକ୍ତ ଉତ୍ସବ ରେ ମଣ୍ଡଳ ଉନୟନ ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ, ସହ ଶିକ୍ଷା ଅଧିକାରୀ ତଥା ସି ଆର ସି ସି ଉପସ୍ଥିତ ଥିଲେ। ଉକ୍ତ ଉଦଘାଟନୀ ଉତ୍ସବ ରେ ସତ୍ୟବାଦୀ ବ୍ଲକ୍ ର ସି ଆର ସି ସି ଶ୍ରୀ ଅଜୟ କୁମାର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଏଠାରେ ବ୍ଲକ ର ମଣ୍ଡଳ ଉନ୍ନୟନ ଅଧକାରୀ ଶ୍ରୀ ଲୋଚନ ଦାସ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହିତ ବ୍ଲକ୍ ରେ ଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ମୂଲ୍ୟବାନ ବକ୍ତଵ୍ୟ ଦେବା ସହ ସରକାର ଙ୍କ ତରଫରୁ ମିଳୁ ଥିବା ଯାହା ସୁବିଧା ସୁଯୋଗ ଯାହା ଅଛି ସବୁ କ୍ଷେତ୍ର ରେ ସେ ପିଲାମାନଙ୍କୁ ଶତ ପ୍ରତିଶତ ସାହାଯ୍ୟ କରିବେ ବୋଲି ପ୍ରତଶ୍ରୁତି ଦେଇଥିଲେ । ଏହାପରେ ମଞ୍ଚସ୍ଥ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତି ଭବମ୍ ପ୍ରଧାନ ସହ ଶିକ୍ଷା ଅଧିକାରୀ ତଥା ବି ଆର୍ ସି ସି ଶ୍ରୀ ପ୍ରଭାସ ଚନ୍ଦ୍ର କରଣ ଆମର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଗୋଷ୍ଠୀ ସାଧନ କେନ୍ଦ୍ର ର ସୁବିଧାକୁ ବିଷଦ ଭାବେ ଆଲୋଚନା କରିଥିଲେ । ପ୍ରତିଦିନ ନିଜ ନିଜ ପିଲାଙ୍କୁ ଧରି ଉକ୍ତ କେନ୍ଦ୍ର ରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ।ଉକ୍ତ ଉତ୍ସବ କୁ ସତ୍ୟବାଦୀ ବ୍ଲକ୍ ର ସାଧନ କର୍ମୀ ଓ ଶିକ୍ଷା ସ୍ବେଛାସେବୀ ପରିଚାଳନା କରିଥିଲେ । ସର୍ବଶେଷରେ ସି ଆର୍ ସି ସି ସୁନିଲ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୨/୨୦୨୨----୮,୫୦ Sakhigopal News,3/12/2022