Breaking News

କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ , ଜଣେ ଆହତ



ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମ ନିକଟରେ କମେଣ୍ଟ ମରା କୁ ନେଇ ଗଣ୍ଡଗୋଳ । ଗାଁ ର ଏକ ବିଦ୍ୟାଳୟ ନିକଟରେ ଘଟିଛି ଏଭଳି ଘଟଣା ।  ଅଭିଯୋଗ ପ୍ରକାରେ , ସେହି ଗ୍ରାମର ଧର୍ମରାଜ ଗୌଡ଼ ପ୍ରତ୍ୟେକ ଦିନ ଉକ୍ତ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀମାନକୁ କମେଣ୍ଟ ମାରୁଥିବା ବେଳେ , ସେହି ଗ୍ରାମର ଭଗବାନ ପ୍ରଧାନ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା । ପରେ ଏହା ଉଗ୍ରରୂପ ନେବା ସହ , ଭଗବାନ ଧର୍ମରାଜକୁଏକ ଚାପଡା ମରିଦେଇଥିଲା । ଏହି ଘଟଣାକୁ ନେଇ ଧର୍ମରାଜ ପରିବାର ଲୋକଙ୍କୁ କହିବା ପରେ ଧର୍ମରାଜ ପରିବାର ଲୋକେ ଭଗବାନଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ ।  ପରେ ଭଗବାନକୁ ମଧ୍ୟ ଆକ୍ରମଣ କରିଥିଲେ । ଏହାକୁ ନେଇ ଉଭୟପକ୍ଷରୁ ତାରସିଂ ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗକୁ ଭିତ୍ତି କରି ତାରିସିଙ୍ଗି ଥାନାରେ  ୩୯୫/୩୯୬ ରେ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଏହି ମାମଲାରେ ଜଡିତ ଥିବା ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବେଲି ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୨/୨୦୨୨---୮,୪୫ Sakhigopal News,3/12/2022

Blog Archive

Popular Posts