Breaking News

ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ; ପରିବେଶବିତ୍ତ ହୃଷୀକେଶ



ଡେଲାଙ୍ଗ :  ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ପାଇଁ ଜାଗ୍ରତ ଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜ ଗ୍ରାମର ଇଶାଣେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି । ଏଲ. ଇ. ଡି ବଲବ ର ବହୁଳ ବ୍ୟବହାର, ସରକାରୀ କାର୍ଯ୍ୟାଳୟ,, ଚିକିତ୍ସାଲୟ, ଶିକ୍ଷାନୁଷ୍ଠାନ, କୃଷି ଓ ପଶୁପାଳନ ଫାର୍ମ ପ୍ରଭୃତିରେ ଶକ୍ତି ସଂଚୟକାରୀ ଉପକରଣ ବ୍ୟବହାର, ପିଇବା ପାଣି ଯୋଗାଣ ଏବଂ ଉଠା ଜଳସେଚନ ପାଇଁ ଉଚ୍ଚ କ୍ଷମତା ସଂପନ୍ନ ପମ୍ପସେଟ ବ୍ୟବହାର, ନୂତନ ଘରନକ୍ସା ପ୍ରସ୍ତୁତି ସମୟରେ ପ୍ରାକୃତିକ ସୂର୍ଯ୍ୟକିରଣ ଆସିପାରୁଥିବାର ବ୍ୟବସ୍ଥା, କାନ୍ଥରେ ହାଲୁକା ରଙ୍ଗ ଦେବା ଓ ବାୟୁ ପ୍ରବାହ ର ସଠିକ ଉପଯୋଗ ଉପରେ ପ୍ରାଧାନ୍ୟ ଦେଇ ପରିବେଶପ୍ରେମୀ ଶ୍ରୀ ପାଢ଼ୀ ପ୍ରଚାରପତ୍ର ଧରି ଜନସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ପରିବେଶକୁ ସୁରକ୍ଷା ଦେଉଥିବା ନିଜର ବ୍ୟାଟେରୀଚାଳିତ ସ୍କୁଟିରେ ଡେଲାଙ୍ଗ ବ୍ଲକ ର ବିଭିନ୍ନ ଗ୍ରାମରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସର ଆହ୍ୱାନ ସଚେତନତା ବାର୍ତ୍ତା ପ୍ରଚାର କରିଛନ୍ତି । ବର୍ତ୍ତମାନ ଧାନ ଅମଳ ସମୟ ଚାଲୁଥିବାରୁ  ବାୟୁ ପ୍ରଦୂଷଣ କୁ ରୋକିବା  ତଥା ଧନ ଜୀବନ ସୁରକ୍ଷିତ ରଖିବା ପାଇଁ କୃଷକମାନଙ୍କୁ ଜମିରେ ନଡା, ପାଳ ଆଦିରେ ନିଆଁ ନ ଲଗେଇବା ପାଇଁ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୨/୨୦୨୨---୧୨,୨୫ Sakhigopal News,15/12/2022

Blog Archive

Popular Posts