Breaking News

ସାକ୍ଷୀଗୋପାଳ କଲେଜରେ ରାଷ୍ଟୀୟ ଏକତା ଦିବସ ପାଳନ



ସାକ୍ଷୀଗୋପାଳ ----ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଚଳିତ ଥର ମହାବିଦ୍ୟାଳୟ ରେ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରି ନିଜ ଅଭିଭାଷଣରେ କହିଥିଲେ, " ଆଧୁନିକ ଭାରତବର୍ଷର ନିର୍ମାତା ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ଯଦି ପଟେଲଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀର ଦାୟିତ୍ୱ ଦିଆଯାଇଥାନ୍ତା, ତେବେ ବର୍ତ୍ତମାନ ଭାରତରେ ରହିଥିବା ଐତିହାସିକ ଓ ଭୌଗୋଳିକ ବିବାଦ କେବେଠାରୁ ଦୂରୀଭୂତ ହୋଇସାରିଥାନ୍ତ ବୋଲି ଅଧ୍ୟକ୍ଷ କହିଥିଲେ । କାର୍ଯ୍ୟକ୍ରମରେ ଭୂଗୋଳ ବିଭାଗର ଅଧ୍ୟାପକ ପ୍ର. ଅଜୟ ଦାସ କହିଥିଲେ ଯେଉଁ ପର୍ଯ୍ୟନ୍ତ ଭାରତରେ ସ୍ଥିତି, ସମ୍ମତି ଓ ଏକତା ରହିଥିବ, ସେ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲ ପ୍ରତେକ ଭାରତୀୟମାନଙ୍କ ମନରେ ରହିଥିବେ  ବୋଲି ବକ୍ତବ୍ୟ ରଖିଥିଲେ । ସେହିପରି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ର. ରତ୍ନାକର ସାହୁ, ଭାରତ ସ୍ୱାଧୀନହେବା ପରେ ବିଚ୍ଛିର୍ନ ହୋଇପଡିଥିବା ତିନୋଟି ରାଜ୍ୟ ଯଥା  ଜୁନାଗଡ଼, ହାଇଦ୍ରାବାଦ ଏବଂ ଜାମ୍ମୁ ଓ କାଶ୍ମୀର କିପରି ଭାରତ ସହ ମିଶିଥିଲେ ଏବଂ ଏଥିରେ ସର୍ଦ୍ଦାର ପଟେଲଙ୍କ ଥିବା ମହାନ ଅବଦାନ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବରେ  ବୁଝାଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ରୁଷା ଆଉଟରିଚ ପୋଗ୍ରାମ ମ୍ୟାନେଜର ଶ୍ରୀମତୀ ସ୍ୱାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀକୁ ନେଇ ଛାତ୍ରଛାତ୍ରୀମାନଙ୍କ ସହ ଏକ କୌତୁହଳ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର ବେଦପାଠ କରିବା ସହ କାର୍ଯ୍ୟକ୍ରମକୁ ସଂଚଳନା କରିଥିଲେ । ଏହି ସଭାରେ ପ୍ର. ନଳିନୀ ଲୋଚନ ଦାଶ, ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ, ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ଶଙ୍କର୍ଷଣ ପ୍ରଧାନ, ପ୍ର. ସସ୍ମିତା ପ୍ରଧାନ, ପ୍ର. ସ୍ଵର୍ଣଳତା ମାହେରୀ, ପ୍ର. ବିଜୟଲଷ୍ମୀ ମିଶ୍ର, କ୍ରୀଡା ଶିକ୍ଷକ ଶ୍ରୀ ରଘୁନାଥ ପରିଡା, ଶ୍ରୀଯୁକ୍ତ ମହେଶ୍ୱର ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ପରିଶେଷରେ ଅନୁଷ୍ଠାନର ମୁଖ୍ୟ କିରାଣୀ ଶ୍ରୀ ରାଜକିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୧/୨୦୨୨---୭,୧୦ Sakhigopal News,3/11/2022

Blog Archive

Popular Posts