Breaking News

ନା ବାଳିକାକୁ ଅପହରଣ ଅଭିଯୋଗରେ ଜଣେ ଗିରଫ

 ଡେଲାଙ୍ଗ-ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟମାଟିଆପଡା ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକକୁ ଅପହରଣ କରାଯାଇଥିବା ନେଇ ନାବାଳିକାଙ୍କ ମା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିିକରି ଡେଲାଙ୍ଗ ଥାନାରେ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଥାନା ସୁତ୍ରରୁ ମିଳିଥିବା ସୁଚନାନୁଯାଇ ଗୋଡିପୁଟମାଟିଆପଡା ପଞ୍ଚାୟତ ଅଞ୍ଚଳର ନାବାଳିକା ଝିଅଟି ଫେବୃଆରୀ ମାସ ୬ ତାରିଖ ଠାରୁ ନିଖୋଜ ଥିବା ବେଳେ ବନ୍ଧୁ ବାନ୍ଧବ ଘର ବହୁତ ଖୋଜା ଖୋଜି କରି ନିରାଶ ହେବାରୁ ତାଙ୍କ ମା ଗୁରୁବାର ଦିନ ଡେଲାଙ୍ଗ ଥାନରେ ଏସଂକାନ୍ତରେ ଅଭିଯୋଗ କରିଥିଲେ । ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମ ଏକ ଟିମ ଗଠନ କରାଯାଇ ଜଟଣି ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିର ପ୍ରକାଶ ବେହେରା (୩୫)ଙ୍କ ଘରୁ ନାବାଳିକାକୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତ କୁ ଗିରଫ କରାଯାଇଛି । ସଂପୃକ୍ତ ନାବାଳିକାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତକୁ ଆସନ୍ତାକାଲୀ କୋର୍ଟ ଚାଳଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୁଚନା ଦେଇଛନ୍ତି । ଅନ୍ୟପକ୍ଷେ ଜଣାପଡିଛି ଯେ ଅପହରଣ କରିଥିବା ଯୁବକ ଜଣଙ୍କ ଆଗରୁ ବିବାହିତ । ତାଙ୍କର ଦୁଇଟି ସନ୍ତାନ ରହିଥିବା ପୋଲିସ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧---୧,୨୫

Blog Archive

Popular Posts