Breaking News

ଦୁଇ ଦିନ ହେଲା ନିରୁଦ୍ଧିଷ୍ଟ ଯୁବକଙ୍କ ପତ୍ତା ମିଳୁନି ଥାନାରେ ଏତେଲା


  କନ୍ଧମାଳ - କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଦୁଇଦିନ ହେଲା ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି  ।ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ ଓରଫ ମିଟୁ । ସୂଚନା ଯୋଗ୍ୟ ଯେ  ବୁଧବାର ଅପରାହ୍ନରେ ପରମେଶ୍ୱର ଘରେ କାହାକୁ ନଜଣାଇ କେଉଁଆଡେ ପଳାଇଛନ୍ତି ।  ପରିବାର ଲୋକେ ସାହି ପଡିଶା ନିକଟସ୍ଥ ଗାଁରେ ବହୁ ଖୋଜାଖୋଜି ପରେ ବି କୌଣସି ସନ୍ଧାନ ନ ମିଳିବାରୁ ଶେଷରେ ପରିବାର ପକ୍ଷରୁ ଥାନାରେ ଏତେଲା ଦିଆଯାଇଛି । ପୋଲିସ ଏନେଇ ତଦନ୍ତ ଜାରି  ରଖିଛି । ପରମେଶ୍ୱର ଘରୁ ଗଲାବେଳେ ମାଟିଆ ରଙ୍ଗର ହାପପ୍ୟାଣ୍ଟ ଓ ଧୂସର ରଙ୍ଗର ଗଞ୍ଜି ପିନ୍ଧିଥିଲେ ତାଙ୍କ ମୁହଁର ଡାହାଣ ପାର୍ଶ୍ୱରେ ଏକ କଳା ଜାଇମନ୍ଦା ରହିଛି ଯେ କୌଣସି ସ୍ଵହୃଦୟ ବ୍ୟକ୍ତି ସନ୍ଧାନ ପାଇଲେ ନିକଟସ୍ଥ ଥାନାରେ ଖବର ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୧୩/୨/୨୦୨୧------ ୩,୦୦

Blog Archive

Popular Posts