Breaking News

ସତ୍ୟବାଦୀରେ ଫନି ସହାୟତା ପ୍ରଦାନରେ ପାତର ଅନ୍ତରକୁ ନେଇ ଧାରଣା ; ୬୪ ଦିନରେ ପହଞ୍ଚିଲା

 


 ସାକ୍ଷୀଗୋପାଳ ----- ଭୁବନେଶ୍ୱର ପିଏମଜି ଛକରେ ସବୁ ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧାରଣା ଚାଲିଛି । ସେହିପରି ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ନିକଟ ତହସିଲ କାର୍ଯ୍ୟାଳୟ ରାସ୍ତାରେ ଧାରଣା ୬୪ ଦିନରେ ପହଞ୍ଚିଲାଣି । ପୁରୀ ଜିଲ୍ଲାରେ ଫନି ଯିବାର ୨୦ ମାସ ପରେ ବି ଏଥିରେ ହୋଇଥିବା ଦୁର୍ନୀତି ଗନ୍ଦ ବନ୍ଦ ହେଉନାହିଁ । ଏହାକୁ ନେଇ ବିଭିନ୍ନ ଜିଲ୍ଲା, ଡେଲାଙ୍ଗ ଓ ସତ୍ୟବାଦୀ ବ୍ଳକରେ ଧାରଣା, ବିକ୍ଷୋଭ ଜାରି ରହିଛି । ପୁରୀ ଜିଲ୍ଲା ସତ୍ୟବାଦ ତହସିଲ କାର୍ଯ୍ୟାଳୟ ରାସ୍ତା ଆଗରେ ତଥା ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ କଡରେ ଫଣି କ୍ରିୟାନୁଷ୍ଠାନ କମିଟି ଏବଂ  ନବ ନିର୍ମାଣ କୃଷକ ସଙ୍ଗଠନର ମିଳିତ ସହଯୋଗରେ ବାରମ୍ବାର ଦାବି କରିବା ସହ ଧାରଣା ବିକ୍ଷୋଭ ପ୍ରତିବାଦ ସଭା ଆଦି କାର୍ଯ୍ୟ କରାଯାଇଛି । ମାତ୍ର କୌଣସି ସୁଫଳ ନ ମିଳିବାରୁ ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ  ୨ ତାରିଖରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଛି । ଏଥିପ୍ରତି ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୧୮ ତାରିଖରୁ ଶ୍ରୀ ମହାପାତ୍ର ଆମରଣ ଅନଶନ ୧୦ ଦିନ ଧରି କରିଥିଲେ । ଜାନୁଆରୀ ୨୮ ତାରିଖ ଦିନ ବ୍ଳକ ବିଡିଓ , ଏସଡିପିଓଙ୍କ ସହିତ ସତ୍ୟବାଦୀ ଥାନା ଆଇଆଇସି ଅନଶନ କାରୀଙ୍କ ସହିତ ଆଲେଚନା କରି ତୁରନ୍ତ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି ପ୍ରତୃଶୁତି ଦେଇଥିଲେ । ମାତ୍ର ୬ଦିନ ପରେ ମଧ୍ୟ ଜବାବ ଅନୁସାରେ କୌଣସି ଟିମ ଗଠନ ବା ଜଣଙ୍କର ତଦନ୍ତ କରାଯାଇ ନାହିଁ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର କହିଛନ୍ତି । ଅନ୍ୟ ପକ୍ଷେ ଆମରଣ ଅନଶନ ଉଠିଥିଲେ ମଧ୍ୟ ସେଠାରେ ଧାରଣା ଜାରି ରହିଛି ।  ଗୁରୁବାର ହେଉଛି ଧାରଣାର ୬୪ ଦିନ । ଭାଗିରଥି ଦାଶ ବାବୁଲି ମହାରଣା, , ଗଜେନ୍ଦ୍ର ପ୍ରଧାନ, ଶରତ ପ୍ରଧାନ ଓ ଜଗନ୍ନାଥ ବାରିକ ପ୍ରମୁଖ ଧାରଣା ସ୍ଥଳରେ ବସି ରହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୧-----୯,୧୫

Blog Archive

Popular Posts