Breaking News

ସି ଆର ପି ଏଫ ରେ ବାଘପାଲି ଝିଅ ଦିବ୍ୟାସିନି




ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ର ସୁନାଲରମ୍ଭା ପଞ୍ଚାୟତ ବାଘପାଲି ଗ୍ରାମ ର ଲିଙ୍ଗରାଜ ବେହେରା ତାଙ୍କର ଧର୍ମପତ୍ନୀ ତପସ୍ଵିନୀ ବେହେରା ଙ୍କ ଏକ ଛୋଟ ପରିବାର । ଗୋଟିଏ ପୁଅ ଓ ଗୋଟିଏ ଝିଅ। ଝିଅର ନାଁ ହେଉଛି ଦିବ୍ୟାସିନୀ ବେହେରା,ସେ ସି ଆର୍ ପି ଏପ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି,ସେ ଦେଶ ସୁରକ୍ଷା ର ସୈନ୍ୟ ବିଭାଗ ରେ ଯୋଗଦାନ କରିବେ।ତାଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ଦେଶ ପାଇଁ କିଛି କରିବେ । ତାଙ୍କର ଇଚ୍ଛା ଭଗବାନ ପୂରଣ କରିଛନ୍ତି।ତାଙ୍କ ପଛରେ ମାତା ପିତାଙ୍କ ଆଶିର୍ବାଦ ରହିଛି ଓ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଆଶିର୍ବାଦ ଯୋଗୁଁ ହିଁ ଏହି ସଫଳତା ହାସଲ ପାଇଛି ବୋଲି କହନ୍ତି । 

ଶାରିରିକ ପରିଶ୍ରମ କରୁଥିଲା ଶେଷରେ ଭଗବାନ ତାହାର ଡାକ ଶୁଣିଲେ,ତାଙ୍କର ପିତା ମାତା ବି ଖୁସି ତା ସହିତ ଭାଇ ମଧ୍ଯ ସହଯୋଗ କରୁଥିଲେ।ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସମଗ୍ର ଭେଡେନ ବ୍ଲକ ଅଞ୍ଚଳ ରେ ଖୁସି ର୍ ଲହର ଖେଲିଯାଇଛି। ପ୍ରତିଦିନ ବିଭିନ୍ନ ବ୍ୟକ୍ତି ବିଶେଷ ସହିତ ବିଭିନ୍ନ ଅନୁଷ୍ଠାନ,ପ୍ରିଣ୍ଟ ମିଡିଆ,ଇଲେକ୍ଟ୍ରୋ ନିକ୍ସ ମିଡିଆ ପ୍ରତିନିଧି ମାନେ ଘରକୁ ଆସି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଗତକାଲି ବରଗଡ ର ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସଭାପତି ମୁକୁନ୍ଦ ଦାସ ଓ ଅନ୍ୟାନ୍ୟ ସହଯୋଗୀଙ୍କ ସଦସ୍ୟ ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଦେଇଥିଲେ। ଜନସାଧାରଣ ତଥା ବାଘପାଲି ଗ୍ରାମବାସୀ ମଧ୍ଯ ଆମ ଗ୍ରାମର ଝିଅ ଦିବ୍ୟାସିନୀ ଭାରତ ସୈନ୍ଯ ବିଭାଗ ଯୋଗ ଦେବ । ଆମେ ସେଥିପାଇଁ ମଧ୍ୟ ଗର୍ବ ଅନୁଭବ କରିବା ସହ ବହୁତୁ ଖୁସି ରହିଛୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ , ୫/୨/୨୦୨୧-----୧୨,୫୦

Blog Archive

Popular Posts