Breaking News

ନ୍ୟାୟ ପାଇବା ପାଇଁ ପୁରୀ ଏସପିଙ୍କ ଦ୍ୱାରସ୍ଥ ହେଲେ ପରକ୍ଷିତ

 ସାକ୍ଷୀଗୋପାଳ ----- ଜମିବାଡି ସମ୍ପତିକୁ ନେଇ ସଂଘବର୍ଦ୍ଧ ଭାବେ ଜଣଙ୍କ ଉପରେ ଆକ୍ରମଣ କରାଯାଇଥିଲା । ମାତ୍ର ଥାନାରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ ହେବାରୁ ନ୍ୟାୟ ପାଇବା ପାଇଁ ପୁରୀ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ଡାଙ୍ଗୁରା  ଖରିଜାସାହିର ପରକ୍ଷିତ ନାୟକ ୫୨ ବର୍ଷ । ତାଙ୍କ ଭାଇ ନରହରି ନାୟକଙ୍କ ସହିତ ଜମିବାଡି ସମ୍ପର୍କରେ ଆଲେଚନା ହେଉଥିବା ସମୟରେ ନରହରିଙ୍କ ସମର୍ଥକ ପ୍ରସନ୍ନ ନାୟକ, ମାନସ ନାୟକନାରାୟଣ ନାୟକ, ଚରଣ ନାୟକ , ପୂର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ନାୟକ ଓ ବସୁ ନାୟକ ହଠାତ କାଠ ଫାଳିଆ ଠେଙ୍ଗା ସହିତ ମାରଣାସ୍ତ୍ରରେ ସୁ ସଜ୍ଜତି ହୋଇ ନରିଆକୁ କ’ଣ କହିଲୁ କହି ଆକ୍ରମଣ କରିଦେଲେ । ମୋର ଗୋଡ, ହାତ ଓ ମୁଣ୍ଡକୁ ବାଡେଇ ଫଟେଇ ଦେଇଥିଲେ । ରକ୍ତ ବୋହିବାରୁ ପରକ୍ଷିତ ଅଚେତ ହୋଇ ତଳେ ପଡି ଯାଇଥିଲେ । ପରକ୍ଷିତ ମରିଗଲା ବୋଲି ଭାବି ଆକ୍ରମଣ କାରୀ ପଳାଇ ଯାଇଥିଲେ । ଘର ଲୋକମାନେ ୧୦୮ ଆମ୍ବଲାନ୍ସରେ ପୁରୀ ଚିକିତ୍ସା ପାଇଁ ନେଇଯାଇଥିଲେ । ୩୦,୧,୨୦୯୨୧ରେ ପରକ୍ଷିତ ବଳଙ୍ଗା ଥାନାରେ ଲିଖିତ୍ ଅଭିଯୋଗ କରିଥିଲେ ମଧ୍ୟ ହାତଗୁଞ୍ଜା ନ ଦେବାରୁ ବଳଙ୍ଗା ଥାନା ଅଧିକାରୀ ଘଟଣା ସ୍ଥଳକୁ ଆସିଲେ ନାହିଁ ବା ଅଭିଯୁକ୍ତ ମାନଙ୍କ ବିରୁଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ସେମାନେ ଏବେ ମାରିଦେବାକୁ ପରୋକ୍ଷ ଭାବେ ଧମକ ଦେଉଛନ୍ତି । ତୁରନ୍ତ ପୁରୀ ଏସପି ଏ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପରକ୍ଷିତ ନିବେଦନ କରିଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୧

Blog Archive

Popular Posts