କ୍ଳଷ୍ଟର ସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିର ଉଦଘାଟିତ
ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଯୁବ ରେଡକ୍ରସ ଏବଂ ରେଡକ୍ରସ ଓଡିଶା ରାଜ୍ୟ ଶାଖାର ମିଳିତ ସହଯୋଗରେ ତ୍ରିଦିବସୀୟ ଯୁବ ସ୍ୱେଚ୍ଚାସେବୀ ରେଡକ୍ରସ ତାଲିମ ଶିବିର କୁ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । । ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ତତ୍ୱବଧାନରେ କ୍ଲଷ୍ଟର ସ୍ତରୀୟ କଲ୍ୟାଣପୁର ଡ୍ରିଗ୍ରୀ ମହାବିଦ୍ୟାଳୟ, କଲ୍ୟାଣପୁର ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ, ଡେଲାଙ୍ଗ ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ୨୦ ଜଣ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବିଶେଷ କରି ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ସହାୟତା, ସଡକ ସୁରକ୍ଷା, ଏଡସ , ରକ୍ତଦାନ ସହିତ ରେଡକ୍ରସ ଇତିହାସ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ଶିବିର ଉଦଯାପନ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଡେଲାଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଯୋଗ ଦେବା ସହ ପରାମର୍ଶ ଦାତା ସର୍ବେଶ୍ୱର ତିପ୍ରାଠୀ, ସୁକାନ୍ତ ପଣ୍ଡା ଓ ଆଦିତ୍ୟ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟପକ ଯୁଧିଷ୍ଠୀର ଘଟୁଆରୀ ଯୋଗ ଦେଇଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିପାଥ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୧----୯,୦୫