Breaking News

ଯାଜପୁରରେ ଆରମ୍ଭ ହେଲା ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଯାଜପୁର -ଯାଜପୁର ଟାଉନରେ ଆଜି ଆରମ୍ଭ ହୋଇଛି ଅଶୋକ ଦାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୯ମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ    ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଦଳ ଏଥିରେ ଯୋଗ ଦେଇଛନ୍ତି । ଜିଲ୍ଲାରେ କ୍ରିକେଟ ପ୍ରେମୀ ମାନଙ୍କୁ ଏହା ଉତ୍ସାହିତ କରୁଥିବା ବେଳେ ବିସିସିଆଇ ର ଅମ୍ପେୟାର ମାନେ  ଏହି ଖେଳକୁ ସମ୍ପୂର୍ଣ୍ଣ ପରିଚାଳନା କରୁଛନ୍ତି । ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କଲେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଶ୍ରୀ ଯଯାତି କେଶରୀ ଦାସ ଓ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ଭବ ପ୍ରସାଦ ଦାସ ଏବଂ ଖେଳାଳି ମାନଙ୍କୁ ସ୍ୱାଗତ କରିବା ସହ  ଖେଳାଳିଙ୍କୁ ଉତ୍ସାହିତ କରିଥିଲେ  ।
ଯାଜପୁର ଶିବକେତନ ମହାନ୍ତିଙ୍କ ରିପୋର୍ଟ ,୨/୨/୨୦୨୧-----୫,୦୦

Blog Archive

Popular Posts