Breaking News

ରାଜଧାନୀରେ ମୁଣ୍ଡ ବିହୀନ ଶବ ମିଳିବାର ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି , ପୋଲିସ ଏବେ ମହିଳାଙ୍କ ପରିଚୟ ଖୋଜୁଛି



ଭୁବନେଶ୍ୱର-_-- ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଦାସ ପୁର ରାସ୍ତା ଜଙ୍ଗଲରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାକୁ ୨୪ ଘଣ୍ଟା ପୁରିଗଲା ହେଲେ  ଟେର ପାଉନି ପୋଲିସ  । ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ପୋଲିସ ଆଜି ମୃତଦେହ ମିଳିବା ସ୍ଥାନର ନିକଟରେ ବହୁ ଖୋଜାଖୋଜି କରି ମୁଣ୍ଡ ବା କୈାଣସି ସୁରାଖ ପାଇବାରେ ନିରାଶ ହୋଇଛି । ଅନ୍ୟପଟେ ଏହି ମହିଳାଙ୍କ ଫୋଟୋ କୁ ରାଜ୍ୟ ବାହାରକୁ ପଠାଯିବା ସହ ରାଜ୍ୟର ସମସ୍ତ ସ୍ଥାନକୁ ପଠାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଏହା ସହ ସର୍ବସାଧାରଣରେ ମଧ୍ୟ ମହିଳାଙ୍କ ଫୋଟୋ ଲଗାଯିବ । ଉକ୍ତ ମହିଳାଙ୍କୁ ଘଟଣା ସ୍ଥଳରେ ହତ୍ୟା କରା ନ ଯାଇ ବାହାରେ ହତ୍ୟା କରି ଏଠାରେ ଫିଙ୍ଗିଦିଆଯାଇଥିବା ସନ୍ଦେହ କରିଛି ପୋଲିସ। ମହିଳାଙ୍କ ପରିଚୟ ମିଳିବା ପରେ ହିଁ ପ୍ରକୃତ ରହସ୍ୟ ଖୋଲି ପାରିବ ବୋଲି  ପୋଲିସ କହିଛି ।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୫/୨/୨୦୨୧----- ୩,୪୦

Blog Archive

Popular Posts