Breaking News

ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୧; ମୁନିନ୍ଦା ଦଳ ମ୍ୟାଚ ବିଜୟୀ

 


ଡେଲାଙ୍ଗ------- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟମାଟିଆପଡା ପଞ୍ଚାୟତ ହାଇସ୍କୁଲ ପଡିଆ ହରିପୁର ଠାରେ ସ୍ୱାଧିନ ସେବା ସଂସ୍ଥାନ ଟ୍ରଷ୍ଟ ଆନୁକୁଲ୍ୟରେ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣମେଣ୍ଟ୨୦୨୧ ଅନୁଷ୍ଠିତ ହେଉଛି । ଆଜି ୬ଷ୍ଠ ଦିନରେ ମୁନିନ୍ଦା ଦଳ ସହିତ ହରିପୁର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ବ୍ୟାଟିଂ କରି ମୁନିନ୍ଦା ଦଳ ୨୦ ଓଭର ୩ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲେ ।  ଜବାବରେ ହରିପୁର ଦଳ ୧୮ ଓଭରରେ ୪ଟି ବଲରେ ସମସ୍ତ ଉଇକେଟ ହରାଇ ୧୨୧ ରନ କରିଥିଲେ । ଏହି ମ୍ୟାଚକୁ ମୁନିନ୍ଦା ଦଳ ୫୮ ରନରେ ବିଜୟୀ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ଭାବେ ବାନା ସାହୁ ଙ୍କୁ ବିବେଚିତ କରାଯାଇଥିଲା । ସତ୍ୟଜିତ ବିରଞ୍ଚି ପରିଡା ଓ ଶକ୍ତିପ୍ରସାଦ ଜେନା ମ୍ୟାଚକୁ ପରିଚାଳନା କରିଥିଲେ । ସ୍କୋରର ଭାବେ ଆଶିଷ ବେହେରା କାର୍ଯ୍ୟ ତୁଲାଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୧----୯,୩୦

Blog Archive

Popular Posts