Breaking News

ପଞ୍ଚସଖାସ୍ମୃତି ପୀଠ, ବକୁଳବନ ଖେଳ ପଡିଆର ଉନ୍ନତି କରଣ କରାଯିବ


 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ  ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବକୁଳବନ ଖେଳ ପଡିଆ, ପଞ୍ଚସଖା ସ୍ମୃତିପୀଠ ନିକଟରେ ଥିବା ପାର୍କର ଉନ୍ନତି କରଣ କରାଯିବା ପାଇଁ ସରଜମିନ ତଦନ୍ତ ଆରମ୍ଭ ହୋଇଛି । ସେହିପରି ସେବକସାହି ବିଦ୍ୟାଳୟ ସରକାରଙ୍କ ନିୟମ ଅନୁସାରେ ସତ୍ୟବାଦୀ ହାଇସ୍କୁଲରେ ମିଶିଯିବା ପରେ ସେଠାରେ ଅଙ୍ଗନୱାଡି ଗୃହ ନିର୍ମାଣ ହେବା ସହିତ ମିଶନଶକ୍ତି ମହିଳା ମାନଙ୍କ ପାଇଁ ଗୃହ ନିର୍ମାଣ କରାଯିବା ପାଇଁ ସରଜମିନ ତଦନ୍ତ ଆରମ୍ଭ ହୋଇଛି । ଏଥିରେ ବ୍ଳକର ସହକାରୀ ଯନ୍ତ୍ରୀ ଭାଷ୍କର ପ୍ରସାଦ ଶତପଥୀ, ଜେଇ କ୍ଷତିଶ କୁମାର ମଲିକ, ଜୟନୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଓ ଆରଆଇ ଶ୍ରାମ ସୁନ୍ଦର ପୂତ୍ତି ସରଜମିନ ତଦନ୍ତ କରିଥିଲେ । ବହୁ ଶିଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ସରପଞ୍ଚ ଶ୍ରୀ ମହାପାତ୍ର କହିଛନ୍ତି ।  

କ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୨/୨୦୨୧---୧୧,୩୦

Blog Archive

Popular Posts