Breaking News

ବି. ଜେ. ଡ଼ି. ଦଳର ମିଶ୍ରଣ ପର୍ବ ତା ସାଙ୍ଗକୁ ବିଜୟ କୁମାର ଛୋଟରାୟଙ୍କ ଘର ବାହୁଡା଼

--ଜଟଣୀ--ବିଜୟ କୁମାର ଛୋଟରାୟ ଏବଂ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଆଜି (ଗୁରୁବାର )ସ୍ଥାନୀୟ ଖୁଦୁପୁର ବି. ଜେ. ଡ଼ି. କାର୍ଯ୍ୟାଳୟରେ ଆସି ସର୍ବଶହମତି କ୍ରମେ ଦଳରେ ଯୋଗ ଦେଇଛନ୍ତି । ଜନସାଧାରଣଙ୍କ ହିତ ପାଇଁ ୨୦୧୯ ମସିହାରେ ଶ୍ରୀଯୁକ୍ତ ଛୋଟରାୟ ଜଟଣୀ ବ୍ଲକ ବିଧାୟକ (ସୁରେଶ କୁମାର ରାଉତରାୟ )ପ୍ରତିନିଧି ରୂପେ ଯୋଗ ଦେଇଥିଲେ । ତେବେ ଦୀର୍ଘ ୨ ବର୍ଷ ଧରି ଉକ୍ତ ପଦବୀରେ ରହି ଦଳର ସ୍ୱାର୍ଥ ଯୋଗୁଁ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବାପାଇଁ ତାଙ୍କୁ ଅସହଯୋଗ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ୱାର୍ଥ ପାଇଁ ସେ ଚଳିତ ବର୍ଷ ଜାନୁଆରୀ  ୨୭ ତାରିଖରେ ନିଜପଦବୀରୁ ଇସ୍ତଫା ଦେଇଥିଲେ । ତେବେ ବି. ଜେ. ଡ଼ି. ଦଳରେ ଯୋଗ ଦେବାପରେ ସେ ପୁନଃ ନିଜ କାର୍ଯ୍ୟ ପନ୍ଥା ଆପଣେଇ ଆଗକୁ ବହୁ ଜନ ହିତକର କାର୍ଯ୍ୟରେ ନିୟୋଜିତ ରହିବେ ବୋଲି କହିଛନ୍ତି । ଶେଷରେ ଶତାଧିକ ସମର୍ଥକ ସହ ଜଟଣୀ ସହର ପରିକ୍ରମା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୪/୨/୨୦୨୧--_-୪,୫୦

Blog Archive

Popular Posts