Breaking News

>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡକସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


     ଜଟଣୀ----ରାଜ୍ୟରେ ଯାନବାହାନ ସଂଖ୍ୟା ବଢିବାପରେ ସେହି କ୍ରମରେ ଲୋକମାନଙ୍କ ଜିବନପ୍ରତି ବିପଦ ବଢିଚାଲିଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାନବାହନ ଉପରେ ଯାଞ୍ଚ ଆରମ୍ଭ କରାଯାଇ କିଛିମାତ୍ରାରେ ଦୁର୍ଘଟଣା ଏବଂ ମୃତ୍ୟୁହାରକୁ କିଛି ମାତ୍ରରେ ରୋକାଯାଇଛି । ହେଲେ ଲୋକମାନଙ୍କ ସଚେତନତାର ନିହାତି ଆବଶ୍ୟକ ରହିଥିବା ବିଭିନ୍ନ ସଂଗଠନ ଉପଲବ୍ଧୀ କରିଛି । ତେବେ ଏନେଇ ଜଟଣୀରେ ମଙ୍ଗଳବାର ପୁର୍ବାହ୍ନରେ ସ୍ଥାନୀୟ ହରିଭାଇନା ଛକଠାରେ ଭୂବନେଶ୍ୱରର “ୟୋରସ ହୋପ ଫାଉଣ୍ଡେସନ ଟ୍ରଷ୍ଟ’ ଆନୁକୂଲ୍ୟରେ ଏକ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଫାଉଣ୍ଡର ରୀନାରାଣୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଭୂବନେଶ୍ୱର ଟ୍ରାଫିକ ଇନସପେକ୍ଟର ଅଞ୍ଜଳି ଛୋଟରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀଭାବେ ଭୂବନେଶ୍ୱର ଟ୍ରାଫିକ ପୁଲିସର ଏଏସଆଇ ପ୍ରଫୁଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ସତର୍କତା ସହିତଗାଡି ଚାଳନା ଏବଂ ଗାଡି ଚାଳନା ସମୟରେ ପରିବହନବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧେଶନାମାକୁ ମାନିବାକୁ ସଚେତନତା କରାଯାଇଥିଲା । ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲହୋଇଥିଲେ । ଲୋକମାନଙ୍କୁ ସଚେତନତା କରିବାଲାଗି ଯମ ଭୂମିକାରେ ପ୍ରଦୀପ ଦାଶ ଏବଂ ଚିତ୍ରଗୁପ୍ତ ଭୂମିକାରେ ଭରତ ଚନ୍ଦ୍ରଧାବକ ପ୍ରମୁଖ କଳାକାରମାନେ ଯାନବାହନ ଚଳାଉଥିବା ଗାଡିଚାଳକ ମାନଙ୍କୁ ଅଟକାଇ ଟ୍ରାଫିକ ନିୟମକୁ ଉଲଂଘନ କରୁଥିବା କାରଣ ଓ ଯମଦ୍ୱାରକୁ ଗାଡିଚାଳନା ମାଧ୍ୟମରେ ପ୍ରତ୍ୟାକ୍ଷାନ କରିବାଭଳି ବିଭିନ୍ନ ସଚେତନତା ବାର୍ତା ଦେଉଥିବା ଦୃଶ୍ୟ ଅତିମନୋରମ ଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ସଚେତନତା କରି କହିଥିଲେ ଯେ, ମୋର ସୁରକ୍ଷା ପରିବାର ସୁରକ୍ଷା । ସଡକ ସୁରକ୍ଷା ଜିବନ ରକ୍ଷା । ମୋବାଇଲ ସଙ୍ଗେ ଗାଡି ଚାଳନା ଜିବନଟା ହୁଏ ଭଙ୍ଗା ଖେଳନା ଇତ୍ୟାଦି ନାରାଦେଇ ସଚେତନତାରେ ଭାଗ ନେଇଥିଲେ । ସେହିପରି ଜଟଣୀର ମାନବଧୀକାର ସଂଗଠନ ପକ୍ଷରୁ ଅତିଥୀମାନଙ୍କୁ ଫୁଲତୋଡା,ଉତରୀୟ ପ୍ରଭୃତି ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ପୁର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ, ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ରାଜ୍ୟ ବିଜେପି ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ, ଏଏସଆଇ ପ୍ରକାଶ କୁମାର ଜେନା ଯୋଗଦେଇଥିବା ବେଳେ ୟୋରସ ହୋପ ଫାଉଣ୍ଡେସନର କୂଳମଣୀ ଜେନା,ପ୍ରଭାସିନୀ ନାୟକ,ପୁଷ୍ପା ପାଣୀ,ମମତା ସାହୁଙ୍କ ସହିତ ଜଟଣୀ ମାନବଧିକାର ସଂଗଠନର ସଭାପତି ବାସୁଦେବ ସେଠୀ,ହବିବୁର ରେହେମାନ, ସଂଜିବ କୁମାର,ଗୈାତମ ମହାରଣା ପ୍ରଭୃତି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରୀତ ଅତିଥୀଭାବେ ଦିବାକର ମଙ୍ଗରାଜ,ଶିବିତ ତ୍ରିନାଥ ସାମନ୍ତରାୟ,କିଶୋର ଚନ୍ଦ୍ର ପାଇକରାୟ ପ୍ରମୁଖ ଯୋଗଦେଇଥିଲେ ।  ଜଟଣୀରୁ ରଙ୍ଗନାଥ ବେହେରା, ୧୦/୨/୨୦୨୧----- ୧୦,୧୦


    Blog Archive

    Popular Posts