Breaking News

ମିଳିଲା ମହିଳାଙ୍କ କଟା ମୁଣ୍ଡ

 
ଭୁବନେଶ୍ୱର----ରାଜଧାନୀର ଅନ୍ଧାରୁଆ ଦାସପୁରରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଭରତପୁର ଜଙ୍ଗଲରୁ ମହିଳାଙ୍କ କଟାମୁଣ୍ଡ ମିଳିଛି । ରହସ୍ୟ ଉନ୍ମୋଚନ ପାଇଁ 2 ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୋଲିସ। ସିନ ରି କ୍ରିଏସନ ରେ କଟାମୁଣ୍ଡ ଅଭିଯୁକ୍ତ ଦେଖାଇଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ ସହ ଯାଇ କଟା ମୁଣ୍ଡ ଚିହ୍ନଟ କରିଛି। ଏଥି ସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କ ହେଉଛି ପୁଷ୍ପଳତା  ତାଙ୍କ ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି। ଆଜି ସକାଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣା ସ୍ଥଳ କୁ ନେଇଥିଲା ପୋଲିସ । ମୃତ ଦେହ ପଡିବା ସ୍ଥାନରୁ ପ୍ରାୟ ୨ କିମି ଦୂର ରୁ ଆଜି କଟା ମୁଣ୍ଡ ଠାବ କରିଛି ପୋଲିସ। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ।  ହତ୍ୟା ଘଟଣା ର୭ ଦିନ ପରେ ମିଳିଲା ମୁଣ୍ଡ । ଆଉ ପୁରା ଘଟଣା ଉପରୁ ଉଠିଲା ପରଦା। ବିବାହ ବିବାଦରୁ ହତ୍ୟା କାଣ୍ଡହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ କମିଶନରେଟ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀ ଙ୍କୁ ଗିରଫ କରିଛି। ଏଥି ସହ ମହିଳାଙ୍କ mobile ଓ ମୃତ ଦେହ ବୁହା ହୋଇଥିବା ମାଲ ବୋଝେଇ ବୋଲେରୋ ଜବତ କରିଛି। ଏ ନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ପୁରା ଘଟଣା ଥିଲା ଏମିତି । ରାଜଧାନୀ ଭୁବନେଶ୍ୱର ରେ murder ହୋଇଥିବା ମହିଳା ହେଉଛନ୍ତି ପୁଷ୍ପଳତା ରାଉଳ । ସ୍ୱାମୀ ଙ୍କ ମୃତୁ ପରେ ସେ ଭୁବନେଶ୍ୱର ପଳାଇ ଆସିଥିଲେ ସେ ମଞ୍ଚେଶ୍ୱର ଥାନା ଧୀର କୁଟି ବସ୍ତିରେ ସଂଜୟଙ୍କ ଘରେ ଭଡା ରହୁଥିଲା ।ପରେ ପୁଷ୍ପଳତା ଭରତପୁର ତାରିଣୀ ନଗର ବସ୍ତିରେ ଘର କରି ରହିଥିଲେ ।କିନ୍ତୁ ସଂଜୟଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା । ଦୁଇ ଜଣଙ୍କ ମଧ୍ୟରେ 6 ବର୍ଷ ଧରି ସମ୍ପର୍କ ରହିଥିଲା। ପ୍ରୀତି ରଞ୍ଜନ ଙ୍କୁ ପୁଷ୍ପଳତା ବିବାହ କରି ଚକେଇସିଆଣିରେ ରହୁଥିଲା। ବିବାହର କିଛିଦିନ ପରେ ପୁଷ୍ପଳତା ପୁଣି ସଂଜୟଙ୍କ ପାଖକୁ ପଳାଇଯାଇଥିଲେ ।ବିବାହକ7 ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଯାହାକୁ ନେଇ ସଞ୍ଜୟ ପ୍ରତିଶୋଧ ହୋଇ ପୁଷ୍ପଳତା ଙ୍କୁ ହଟାଇବାକୁ ଯୋଜନା କରିଥିଲା । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୧/୨/୨୦୨୧------ ୧୦,୫୦

Blog Archive

Popular Posts