Breaking News

ଅଣ ସଂକ୍ରମିତ ରୋଗ ସଚେତନତା ରଥର ଶୁଭାରମ୍ଭ


ପୁରୀ---- ଅଣ ସଂକ୍ରମିତ ରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଅଡିଓ ଭିଜୁଆଲ ରଥର ଶୁଭାରମ୍ଭ ହୋଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଡଃ ସୁଜାତା ମିଶ୍ର ଶୁଭାରମ୍ଭ କରିଛନ୍ତି । ଏହି ରଥ ହୃଦ୍, ବୃକକ, ମଧୁମେହ ଭଳି ଅଣ ସଂକ୍ରମିତ ରୋଗ ସଂପର୍କରେ ଏକ ମାସ ଧରି ସଚେତନତା ସୃଷ୍ଟି କରିବ । ଏହା ଗ୍ରାମାଞ୍ଚଳରେ ୨୪୧ଟି ଏବଂ ପୁରୀ ସହରାଞ୍ଚଳର ୨୦ଟି ଉପକେନ୍ଦ୍ର ବୁଲିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡଃ ଲଳିତ ଦାସ, ଡଃ ସୁଶାନ୍ତ ବିଶ୍ବାଳ, ଡିପିଏମ୍ ଟି. ନାରାୟଣ ରାଓ, ଆଶା ଏଏମ୍ ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ପ୍ରଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ରୁ ଜୟନ୍ତ କୁମାର ସେଠୀ,୧୧/୨/୨୦୨୧--_-୧୦,୪୫

Blog Archive

Popular Posts