ସତ୍ୟବାଦୀ ବ୍ଳକରେ ନୂତନ ବିଡିଓ ଯୋଗ ଦେଲେ
ସାକ୍ଷୀଗୋପାଳ ---------- ସତ୍ୟବାଦୀ ବ୍ଳକରେ ନୂତନ କରି ବିଡିଓ ଭାବେ ମଧୁ ସୂଦନ ନାୟକ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ଆଗରୁ ଆଇ ଏ ଏସ ର୍ୟାଙ୍କର ଗୌରବ ଶିବାଜିରାଓ ଇଶ୍ୱଲାର ସତ୍ୟବାଦୀ ବ୍ଳକର ବିଡିଓ ଭାବେ ଦାୟତ୍ୱ ଗ୍ରହଣ କରିଥିଲେ । ସତ୍ୟବାଦୀ ବ୍ଳକକୁ ପୁରୀ ଜିଲ୍ଲାରେ ନଂ-୧ ବ୍ଳକ ଭାବେ ଗଠନ କରିବାକୁ ଶ୍ରୀ ନାୟକ ଇଛା ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତ ଜନ ପ୍ରତିନିଧି ଓ ବ୍ଳକ କର୍ମଚାରୀ ମାନଙ୍କ ସହଯୋଗ ଲୋଡିଛନ୍ତି । ଏହି ଅବସରରେ ବିଡିଓଙ୍କୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସହିତ ବ୍ଳକର ବଡବାବୁ ପ୍ରଫୁଲ କୁମାର ବେହେରା, ଯୋଗାଣ ଅଧିକାରିଣି ଜୟନ୍ତୀ ହରିଚନ୍ଦନ, ପି.ଏ ସୌଭାଗ୍ୟ ରଞ୍ଜନ କର, ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ଦୁଗଲ ସରପଞ୍ଚ ପ୍ରକାଶ ଖଟେଇ ସମାଜସେବୀ ଶଙ୍କର ପ୍ରଧାନ ପ୍ରମୁଖ ନୂତନ ବିଡିଓଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୨/୧୧/୨୦୨୦ ----- ୯,୨୦