ଜାତୀୟ ରାଜପଥ ଉପରେ କୁଡ କୁଡ ଅଳିଆ ଗଦା ହୋଇଛି
ସାକ୍ଷୀଗୋପାଳ ------ ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳରେ ବିଭିନ୍ନ ଯାଗାରେ ରାସ୍ତା ଉପରେ ଗଦା ହୋଇଛି କୁଡ କୁଡ ଅଳିଆ । ଏହା ପୁଣି ଗଦାଇଛି ରାଜପଥ ସଫେଇ ଦାୟତ୍ୱ ନେଇଥିବା ଠିକାଦାର । ସୁଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ବିଭିନ୍ନ ଖବର କାଗଜରେ ଜାତୀୟ ରାଜପଥ ଉପରେ ଜଙ୍ଗଲ ସମ୍ପର୍କରେ ବିସ୍ତୁତ ଖବର ପ୍ରକାଶ ପାଇଥିଲା । ପରେ ପରେ ଜାତୀୟ ରଜପଥ ସଫେଇ କରିବା ପାଇଁ ନେଇଥିବା ଠିକାଦାର ଅତି ଚତୁର ସହକାରେ ରାସ୍ତା ଉପରେ ଥିବା ଡିଭାଇଡର ଉପରୁ ନାମକୁ ମାତ୍ର କିଛି ଘାସ ଓ ଗଛଲତା କାଟି ଦେଇ ରାସ୍ତା ଉପରେ ଗଦାଇ ଦେଇ ପଳାଇ ଯାଇଛନ୍ତି । ଯାହାକି ଗାଡି ମଟର ଗୁଡିକ ତା ଉପରେ ଚଡାଇକି ଯିବା ଫଳରେ ପବନ ହେଲେ ତାହା ଉଡୁଛି । ଅନ୍ୟ ପକ୍ଷେ ରାସ୍ତା କରରେ କୁଡ କୁଡ ଅଳିଆ ଗଦା ହୋଇ ପଡି ରହିବା ଫଳରେ ସେଥିରେ ସରୀସୃପ ମାନେ ବସା କରି ରହୁଛନ୍ତି ବୋଲି ଜନସାଧାରଣ ମାନେ ଅଭିଯୋଗ କରନ୍ତି । ସଫେଇ କରିବା ନାମରେ ଠିକାଦାର ଓ ଅଧିକାରୀ ମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ବିଲ କରି ନେଉଥିବା ବେଳେ ଡିଭାଇଡ ଉପରୁ ନାମକୁ ମାତ୍ର କଟାଯାଇଥିବା ଗଛଲତା କେଉଁଥି ପାଇଁ ରାସ୍ତା ଉପରେ ଗଦା ହୋଇ ରହିଛି ତାହା ଏବେ ପ୍ରଶ୍ନ ବାଚୀ ହୋଇ ପଡିଛି । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
୧୨/୧୧/୨୦୨୦। _---- ୧୦,୧୦