କୋଭିଡ-୧୯ ଗାଇଡିଲାଇନର ପ୍ରଚାରପତ୍ର ଲାଗିଲା ସାକ୍ଷୀଗୋପିନାଥ ଦେବଙ୍କ ସଂହଦ୍ୱାରରେ
ସାକ୍ଷୀଗୋପାଳ----ପୁରୀ ଜିଲ୍ଲାର ଦ୍ୱୁତୀୟ ଗଣପର୍ବ ସତ୍ୟବାଦୀର ଅଁଳାନବମୀ ପର୍ବ । କାର୍ତ୍ତିକମାସ ନବମୀ ତିଥିରେ ମା ରାଧା ଓଡିଆଣୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଯାହାକି ବର୍ଷକୁ ଥରେ ମା ରାଧାଙ୍କ ପାଦ ଦର୍ଶନ କରିବାର ସୁଯୋଗ ମିଳିଥାଏ । ଏଥିଯୋଗୁ ରାଜ୍ୟ ଓ ରାଜ୍ୟ ବାହାରରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଲକ୍ଷ ଲକ୍ଷ ଲୋକଙ୍କର ଗହଳି ଲାଗିଥାଏ । ଏଥିଯୋଗୁ ସତ୍ୟବାଦୀରେ ଅଁଳାନବମୀ ଆଗରୁ ବିଧାୟକ, ସେବାୟତ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଥାଏ । ମାତ୍ର ଏ ବର୍ଷ ପ୍ରସ୍ତୁତି ବୈଠକ ହେବକି ନାହିଁ ସନ୍ଦେହ ଘେରରେ ରହିଛି । କାରଣ ଦୁଇ ଦୁଇଥର ବୈଠକ ସ୍ଥ୍ଗିତ ରହିଲାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନର ଗାଇଡିଲାଇନ ମନ୍ଦିର ଓ ମନ୍ଦିର କାର୍ଯ୍ୟାଳୟ ଆଗରେ ସୋମବାର ଦିନ ମରାଯାଇଛି । ଯାହାକି ସେବାୟତ ମାନେ ଏହା ଦେଖି ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି