ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର; ରାଷ୍ଟୀୟ ସେବା ଯୋଜନାର ସେବିକା ସହଯୋଗ
ସାକ୍ଷୀଗୋପାଳ ----ହାତଗୁଞ୍ଜା ନ ଦେଇ ପାରିବାରୁ ଦିବ୍ୟାଙ୍ଗ ପରିବାର ସରକାରୀ ସାହାର୍ଯ୍ୟ ରୁ ବଞ୍ଚିତ । ଘରେ ତିନି ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଓ ସ୍ତ୍ରୀ ଏବେ ଶର୍ଯ୍ୟ ଶାୟୀ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବାହ୍ମଣପଡା ଗ୍ରାମର ପିତାମ୍ବର ମହାପାତ୍ର ( ୭୭)ବର୍ଷ । ତାଙ୍କ ସ୍ତୀ ବିଷ୍ଣୁପିୟା ମହାପାତ୍ର ( ୭୨) ବର୍ଷ । ତାଙ୍କର ୪ ପୁଅ । ଚାରି ପୁଅଙ୍କ ମଧ୍ୟରୁ ତିନି ପୁଅ ଦିବ୍ୟାଙ୍ଗ । ଏହି ତିନିଜଣ ଖନା, ଅନ୍ଧ, କାଲା ଅଟନ୍ତି । ଏଥିରେ ସେମାନଙ୍କର ଭାଗ୍ୟ ସରି ନାହିଁ । ମା ବିଷ୍ଣୁପିୟା ପୁଅ ମାନଙ୍କର ସେବା କରି କରି ନିଜେ ଏବେ ଶର୍ଯ୍ୟା ଶାୟୀ । ଚଳିତ ବାତ୍ୟା ରେ ପିତାମ୍ବରଙ୍କର ଚାରି ବଖରା ଝାଟି ମାଟି ଘର ଭାଙ୍ଗି ମାଟିରେ ମିଶିଗଲା । ସରକାରୀ ବାବୁ ମାନେ ତଦନ୍ତ କଲେ ଫଟୋ ଉଠାଇଲେ ଏବଂ ପଲିଥିନି ଖଣ୍ଡେ ଦେଲେ । ଏମାନଙ୍କର ଏକମାତ୍ର ସାହା ଭରସା ୩୫ କେଜି ଚାଉଳ ଓ ତିନିପୁଅଙ୍କୁ ମିଳୁଥିବା ଭର୍ତ୍ତା ଅର୍ଥ । ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ରାଷ୍ଟୀୟ ସେବା ଯୋଜନାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ସେବିକା ସୁନିତା ମିଶ୍ର ଏହା ଜାଣିପାରି ଉକ୍ତ ପରିବାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତାଙ୍କର ସହସାଥୀ ମାନଙ୍କ ସହଯୋଗରେ ସୋମବାର ଦିନ ଉକ୍ତ ଦିବ୍ୟାଙ୍ଗ ପରିବାରଙ୍କୁ ୧୫ ଦିନ ପାଇଁ ନିତ୍ୟବ୍ୟବହାର୍ଯ୍ୟ ଓ ରାଶନ ସାମଗ୍ରୀ ପ୍ରଦାନ କରିଛନ୍ତି । ସେବିକା ସୁନିତା ମିଶ୍ର, ରୁଦ୍ର ପ୍ରକାଶ ପରିଡା, ରୁବିନା ସାହୁ , ଅଭିଜିତି ସେନାପତି ଓ ସଂଗ୍ରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୧/୨୦୨୦-୯,୩୦