ଡେଲାଙ୍ଗ ପୋଲିସ ଉପରକୁ ବୋମା ମାଡ; ୫ ଜଣ ଅସମାଜିକ ଯୁବକ ଗିରଫ, ଖଣ୍ଡା, ରଡ, ଗାଡି, ବୋମା ଜବତ
ଡେଲାଙ୍ଗ---- ପୁରୀ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାକୟଙ୍କ ତତ୍ୱବଧାନରେ ଡେଲାଙ୍ଗ ଥାନାର ଏସଆଇ ଉପେନ୍ଦ୍ର ନାଥ ଦାଶ ସଦଳବଳେ ଡେଲାଙ୍ଗ- ଖୋର୍ଦ୍ଧା ରାସ୍ତାରେ ପ୍ରାଟୋଲିଂ କରୁଥିଲେ । ଉକ୍ତ ରାସ୍ତାର ନୂଆଗଡ ଛକ ଠାରେ କିଛି ଯୁବକ ମାନେ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ବିଶେଷ ସୁତ୍ରରୁ ଖବର ପାଇ ଏସଆଇ ଶ୍ରୀ ଦାଶ ଚଡାଉ କରିଥିଲେ ।
ପୋଲିସକୁ ଦେଖି ଯୁବକ ମାନେ ପୋଲିସ ଉପରକୁ ବୋମା ମାଡ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପୋଲିସ ଚାରିପଟୁ ଘେରିଯାଇ ସେଠାରୁ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ନଜିର ଖାନଙ୍କ ପୁଅ ରାଜୁ ଓରଫ ବାସିରୁଲା ଖାନ, ମୁନା ଖାନଙ୍କ ପୁଅ ମୁକ୍ତାର ଖାନ, ଜହିର ଖାନଙ୍କ ପୁଅ ମୁଜାହିଦ ଖାନ, ଅଲତାଫ ଖାନଙ୍କ ପୁଅ ସକବତୀ ଖାନଙ୍କ ସହିତ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ଓକିଲ ଜେନାଙ୍କ ପୁଅ ବୁଟୁନା ଓରଫ ସୁନିଲ ଜେନାଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ହାମର, ଲୁହାରଡ, ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ, ଦୁଇଟି ଟର୍ଚ୍ଚ, ୩ଟି ମଟର ସାଇକେଲ ଓ ୨ଟି ଅଫୁଟା ବୋମା ପୋଲିସ ଜବତ କରିଛି । ଥାନା କେସନଂ ୨୦୨/୨୦ରେ ଏକ କେସରୁଜ କରି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପକ୍ଷେ ଡେଲାଙ୍ଗ ପୋଲିସ ତଦନ୍ତ ସମୟରେ ଗିରଫ ହୋଇଥିବା ଯୁବକଙ୍କ ନାମରେ ଖୋର୍ଦ୍ଧା, ପୁରୀ ସହିତ ଅନ୍ୟ ଜିଲ୍ଲାରେ କେସ ରହିଥିବା ଜଣାପଡିଛି । ସୁନିଲ ଜେନାଙ୍କ ନାମରେ ଡେଲାଙ୍ଗ ଥାନାରେ ୧୨ଟି କେସ ରହିଥିବା ବେଳେ ଗୋଟିଏ ମର୍ଡର କେସ ରହିଛି । ୫ଟି ଏନବିଡ୍ୟୁଏସ କେସ ପଡିକି ରହିଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି