Breaking News

ଡେଲାଙ୍ଗ ବଜାରରୁ ଅଜଣା ଅସହାୟ ବୃଦ୍ଧ ଉଦ୍ଧାର


 ଡେଲାଙ୍ଗ---- ଡେଲାଙ୍ଗ ବଜାରରୁ ଏକ ଅଜଣା ବୃଦ୍ଧ ଖାଇବାକୁ ନ ପାଇ  ପଡି ରହିଥିଲେ । ଡେଲାଙ୍ଗର ସାମାଜିକ କର୍ମି ମାନେ ଉଦ୍ଧାର କରିଛନ୍ତି । ବୃଦ୍ଧ ଜଣଙ୍କର ଗୋଡରେ ଏକ ଘା ହୋଇଥିବାରୁ ଶାରିରିକ ଅସୁସ୍ଥ ଥିିଲେ ।  ତାଙ୍କୁ ପ୍ରଥମେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି । ବୃଦ୍ଧ ଜଣକ ଆଜକୁ ପ୍ରାୟ ୭ଦିନ ହେବ ବଜାରରେ ପଡି ରହିଥିଲେ ।  ରବିବାର ସାମାଜିକ କର୍ମୀମାନେ ଖବର ପାଇ ବୃଦ୍ଧଙ୍କୁ ଉଦ୍ଦାର କରିଛନ୍ତି । । ବୃଦ୍ଧ ଜଣଙ୍କ ତେଲଗୁ ଭାଷାରେ କଥା ବାର୍ତ୍ତା କରୁଛନ୍ତି । ତାଙ୍କର କୈାଣସି ଠିକଣା ମିଳିପାରି ନାହିଁ । ବନ୍ୟା ପାଣି ଯୋଗୁ ରାସ୍ତା ଘାଟ ବନ୍ଦ ହୋଇଯିବାରୁ ସେ କେଉଁ ଆଡେ ନଯାଇ ପାରି ବଜାର ରହିଥିଲେ ବୋଲି ଦେକାନୀ ମାନେକହନ୍ତି । ସ୍ୱାଧିନ ସେବା ସଂସ୍ଥାନ ର ସଦସ୍ୟ ତଥା ସାମାଜିକ କର୍ମି ବିଶ୍ୱଜିତ ପାଢି ଓ ତାଙ୍କ ସହଯୋଗି ଅଜିତ ମଙ୍ଗରାଜ,ସୁଜିତ କୁମାର ବାରିକ, ଚନ୍ଦ୍ରକାନ୍ତ ମହାପାତ୍ର, ଓ ପ୍ରଦୀପ କୁମାର ନାୟକ ପ୍ରମୁଖ ମାନେ ବଜାରରୁ ବୃଦ୍ଧଙ୍କୁ  ଉଦ୍ଧାର କରିଥଲେ ।  ବୃଦ୍ଧଙ୍କୁୁ ଲୁଗା ଗାମୁଛା ପିନ୍ଧାଇ ପରିଷ୍କାର ପରିଛନ୍ନ କରାଯାଇଛି  । ସୋମବାର ଦିନ ତାଙ୍କୁ ବୃଦ୍ଧାଶ୍ରମକୁ ଛଡାଯିବ ବୋଲି ସାମାଜିକ କର୍ମି ଶ୍ରୀ ପାଢୀ ଜଣାଇଛନ୍ତି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts