Breaking News

ଧାନକେରା ଓ ଅଭୟମୁଖୀ ଗ୍ରାମ ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ


ଡେଲାଙ୍ଗ ---- ଡେଲାଙ୍ଗର ଦୁଖଃ ହେଉଛି ଦୟା ଓ ଲୁଣା । ନଦୀରେ ବନ୍ୟା ପାଣି ଆସି ଡେଲାଙ୍ଗ ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତ ଜଳମଗ୍ନ ହୋଇଛି । ବିଶେଷ କରି ଧାନକେରା ପଞ୍ଚାୟତ ଲୁଣାନଦୀର ବନ୍ୟା ଜଳ  ଚଣ୍ଡି ଛକ ନିକଟରେ ୧୫ଫୁଟ ର ଏକ ଘାଇ ହୋଇଛି ।  ଫଳରେ  ଧାନକେରା ଓ ଅଭୟମୁଖୀ ଦୁଇଟି ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ଗହିର ଗୁଡିକ ବନ୍ୟା ପାଣି ରେ ରହିଛି ।  ରବିବାର ଦିନ ଅପରାହ୍ନରେ କଂଗ୍ରେସ ଦଳ ପକ୍ଷରୁ ଅଭୟମୁଖି ଓ ଧାନକେରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ବିପନ୍ନ ପରିବାରଙ୍କୁ ଚୁଡା ଓ ବିସ୍କୁଟ ରିଲିଫ୍ ପ୍ରଦାନ କରାଯାଇଛି ।  କଂଗ୍ରେସ ମୁଖପାତ୍ର ତଥା ଆଇନିଜୀବି ନିଶିକାନ୍ତ ମିଶ୍ରଙ୍କ ନେତ୍ୱତ୍ୱରେ କୋଠବାଡ ପଞ୍ଚାୟତ କଂଗ୍ରେସ ନେତା ନିର୍ମଳ ପରିଡା,ଲକ୍ଷ୍ମିଧର ପ୍ରଧାନ ପ୍ରମୁଖ ରିଲିଫ ବଣ୍ଟନରେ ସହଯୋଗ କରିଥିଲେ । ।କଂଗ୍ରେସ ମୁଖପାତ୍ର ଶ୍ରୀ ମିଶ୍ର ବନ୍ୟା ବିପନ୍ନ ମାନଙ୍କ ସହିତ କ୍ଷୟକ୍ଷତି ର ଆକଳନ ସମ୍ପର୍କରେ ପଚାରି ବୁଝିଥିଲେ ।  ପ୍ରଶାସନ ସଠିକ ଆକଳନ ଓ ଥଇଥାନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବେ ବୋଲି ବିପନ୍ନ ମାନଙ୍କୁ କହିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts