ବାଇକ ଧକାରେ ୨ ଆରୋହି ଗୁରୁତ୍ୱର
କୁଜଙ୍ଗ---କଟକ ପାରାଦିପ ରାଜ୍ୟ ରାଜପଥର ପଥୁରିଆ ଗଡା ନିକଟରେ ଆଜି ଦିନ ୧ଟା ସମୟରେ ଦୁଇ ବାଇକ ଆରୋହିଙ୍କର ମୁଁହା ମୁଁହି ଧକ୍କା ହେବା ଫଳରେ ଦୁଇ ଜଣଙ୍କ ଅବସ୍ତା ଗୁରୁତ୍ୱର ହୋଇ ପଡିଛି । ସ୍ଥାନିୟ ଲୋକେ କଟକ ବଡ ମେଡିକାଲକୁ ପଠାଇଥିବା ଜଣାପଡିଛି । ଉକ୍ତ ଦୁଇ ବାଇକ ଆରୋହିଙ୍କର ସଠିକ ପରିଚୟ ଜଣାପଡିନଥିଲେ ସୁଧା ଜଣକଙ୍କର ତ୍ରିଲୋଚନପୁର ଓ ଆଉଜଣକ ଘର ନିମାପଡା ଅଞ୍ଚଳର ବୋଲି ଜଣାପଡିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର