Breaking News

ପଣ୍ଡିତ ଯଦୁମଣିଙ୍କ ଦେହାନ୍ତ

 କୁଜଙ୍ଗ----କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଜ୍ୟୋତିଷ ବିଶାରଦ ଯଦୁମଣି ନାୟକଙ୍କ ୮୬ବର୍ଷ ବୟଷରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଯଦୁମଣି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । କୁଜଙ୍ଗ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଜ୍ୟୋତିଷ ଭାବରେ ବେଶ ପରିଚିତ ଥିଲେ । ସାରଳା ମଣ୍ଡଳ ଜ୍ୟୋତିଷ ମହାସଂଘ ବିତର୍କରେ ଦୁଇ ଦୁଇଥର ସମ୍ମାନିତ ମଧ୍ୟ ହୋଇଛନ୍ତି । ଅବିଭକ୍ତ କୁଜଙ୍ଗ ପଞ୍ଚାୟତରେ ୭ଥର ୱାର୍ଡ ମେମ୍ବର ହେବାସହ ଥରେ ନ୍ୟାୟାବ ସରପଞ୍ଚ ପଦବୀରେ ରହିଥିଲେ । ସ୍ୱର୍ଗତ ଯଦୁମଣି ନିଜ ଉଦ୍ୟମରେ ଦୀର୍ଘ ୫୫ବର୍ଷ ଧରି ଗ୍ରାମରେ ରାମ ଚରିତ ମାନସ ପାରାୟାଣ କରିଥିବା ସହ ସାନ୍ତଶିଷ୍ଟ ଏବଂ ମେଳାପି ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର ବଙ୍କିମ ନାୟକ, ପବିତ୍ର ଗ୍ରହାଚାର୍ଯ୍ୟ, ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ କୁଜଙ୍ଗ ଲକ୍ଷ୍ମୀ ମାର୍କେଟ ସଭାପତି ଧିରେନ୍ଦ୍ର ସ୍ୱାଇଁ, ଆଇନିଜୀବି ଭାରତ ଭୂଷଣ ଦାସ, ସମାଜସେବୀ ରାଜକିଶୋର ନାଥ, ଆଲୋକ ପଟ୍ଟନାୟକ, ତରୁଣ ସାମନ୍ତରାୟ, ରାମକୃଷ୍ଣ ବିଶ୍ୱାଳ, ରବିନ୍ଦ୍ର କୁମାର ନାୟକଙ୍କ ସମେତ ଗ୍ରାମର ମୁରବୀ ଦଇତାରି ନାୟକ, ଅଲେଖ ପଲେଇ ପ୍ରମୁଖ ବଳରାମପୁର ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts