Breaking News

ବିଶ୍ୱ ଫିଜୋଥୋରାଫି ଦିବସ ପାଳିତ


 ପୁରୀ----  ସେପ୍ଟେମ୍ବର ମାସ ୮ ତାରିଖକୁ ବିଶ୍ୱ ଫିଜୋ ଥୋରାଫ ଦିବସ ଭାବେ ପାଳନ କରାଯାଉଛି । ସାଇ ସିଦ୍ଧ ଚାରିଟେବୁଲ ଟ୍ରଷ୍ଟ ଓସ୍ୱଚ୍ଛ ସବୁଜ ମିଶନ ଅନୁଷ୍ଠାନର ମିଳିତ ସହଯୋଗରେ ପୁରୀ ସଦର ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୀରହରେକୃଷ୍ଣପୁର ଗ୍ରାମ ଓ ଆଖ ପାଖ ଗ୍ରାମର ପୁରୁଷ ମହିଳା ମାନେ ଏଠାରେ ଚିକିତ୍ସା ହୋଇଥିଲେ । ବିଶେଷ କରି ଆଣଣ୍ଠୁ, ଗଣ୍ଠି ରୋଗରେ ପୀଡିତ ରୋଗୀ ମାନେ ଏଠାରେ ଫିଜୋଥୋରାଫି ଚିକିତ୍ସା କରାଇ ସନ୍ତୋଷ ପ୍ରକାଶ ପରିଥିଲେ । ଏହି ଶିବିରରେ ପୁରୀ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଫିଜୋଥୋରାଫିଷ୍ଟ ଡ. ସିଦ୍ଧାର୍ଥ ଶେଖର ପାତ୍ର, ଭୁବନେଶ୍ୱର ସମ ଚିକିତ୍ସାଳୟର ଡ. ସୁଭ୍ରଜିତି ବେହେରା ପ୍ରମୁଖ ଯୋଗ ଦେଇ ଚିକିତ୍ସା କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ରମାକାନ୍ତ ପଣ୍ଡାଙ୍କ ସହିତ ସମାଜିକ କର୍ମୀ ଅଜୟ ପ୍ରଧାନ, ଶକ୍ତି ମିଶ୍ର, ପ୍ରଶାନ୍ତ ପଣ୍ଡା, ଜିତେନ୍ଦ୍ର ପାତ୍ର, ସୀତାକାନ୍ତ ବେହେରା, ଅରୁଣ ସାହୁ, ସୂର୍ଯ୍ୟ ମହାପାତ୍ର ପିଙ୍କି ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । 

ପୁରୀରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts