Breaking News

ଭାର୍ଗବୀ ନଦୀ ବନ୍ଧ ବନ୍ୟା ପରେ ଦୁଇଫାଳ ହୋଇ ଫାଟିଲା; ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଗ୍ରାମବାସୀ ମାନେ ଭିଜିଲାନ୍ସ ତଦନ୍ତ ଦାବି କଲେ


 ସାକ୍ଷୀଗୋପାଳ-----  ଭାର୍ଗବୀ ନଦୀ ବନ୍ଧର ସୁରକ୍ଷା ଓ ବନ୍ୟା ଜଳ ନିୟନ୍ତ୍ରଣ ପାଇଁ ଗବକୁଣ୍ଡ  କଟ କରାଯାଇଛି । ଗବକୁଣ୍ଡ କଟର  ପୂର୍ବ ପାଶ୍ୱର୍ ବନ୍ଧ ପ୍ରତି ବର୍ଷ ବନ୍ୟା ଜଳ କମିବା ପରେ ନଦୀବନ୍ଧ ଦୁଇଫାଳ ହୋଇ ଯାଇଥାଏ । ପଅତି ବର୍ଷ ପୁରୀ ଜଳସମ୍ପଦ ବିଭାଗ ପକ୍ଷରୁ ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ । ନାମକୁ ମାତ୍ର ମାଟି କିଛି ପକାଇ ଅର୍ଥ ଲୁଟ କରାଯାଇଥାଏ ବୋଲି ଗ୍ରାମାବସୀ ମାନେ କହନ୍ତି ।  ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ ଏଣୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବା ପାଇଁ ଗ୍ରାମବାସୀ ମାନେ ଜିଲାପାଳଙ୍କ ପାଖରେ ଦାବି କରିଛନ୍ତି । ସୁଚନା ଯୋଗ୍ୟ ଯେ ଗବକୁଣ୍ଡ ଠାରେ ଭାର୍ଗବୀ ନଦୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏ ବର୍ଷ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା  । ବନ୍ୟା ଜଳ କମିଗଲା ନଦୀ ବନ୍ଧ ସୁରକ୍ଷିତ ରହିଲା । ମାତ୍ର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ କଟର ପୂର୍ବ ପଟ ବନ୍ଧ ଜମାରସୁଆଁ ନିକଟରେ ପ୍ରାୟ ୧୫୦ ଫୁଟ ଲମ୍ବର ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି । 

ଏପରିକି ନଦୀ ବନ୍ଧ ସମ୍ପୁର୍ଣ୍ଣ ଦୁଇ ଫାଳ ହୋଇଯାଇଛି ।  ମାତ୍ର ବିଭାଗୀୟ ଓ ଜନପ୍ରତିନିଧି ମାନେ ଏଥି ପ୍ରତି ନଜର ଦେଉନଥିବା ଗ୍ରାମବାସୀ ମାନେ କହନ୍ତି । ସ୍ଥାନୀୟ ଲୋକମାନେ ଜଳ ସମ୍ପଦ ବିଭାଗର ଏହା ହେଉଛି ଲେଉଟିଆ ଶାଗ କିଆରି ବୋଲି କହନ୍ତି । କାରଣ ଲେଉଟିଆ ଶାଗକୁ ଯେତେ କାଟିବ ସେତେ କଅଁଳିବ । ସେହିପରି ଏହି ବନ୍ଧ ସ୍ଥାୟୀ ପ୍ରତିକାର ହୋଇଗଲେ ଅଧିକାରୀଙ୍କ ଠାରୁ ଠିକାଦାର ଲୁଟ କରିବାର ବାଟ ନଥିବ ବୋଲି ଗ୍ରାମାବସୀ ମାନେ କହନ୍ତି । ଅନ୍ୟପକ୍ଷେ ନଦୀର ମଝିରେ ବାଲିସ୍‌ୁପ୍ତ ହୋଇ ଯାଇଛି । ଯାହାକି ବନ୍ୟା ପାଣି ନଦୀବନ୍ଧ ଦେଇ ନିଷ୍କାସନ ହେଉଛି । ଏଥିଯୋଗୁ ନଦୀ ବନ୍ଧରେ ଫାଟ ସୃଷ୍ଟି  ହେଉଥିବା ସ୍ଥାନୀୟ ବୁଦ୍ଧଜିବୀ ମାନେ କହନ୍ତି । ଏ ସମ୍ପର୍କରେ ପୁରୀ ଜଳ ସମ୍ପଦ ବିଭାଗର ଏସଡିଓଙ୍କ ଦାୟତ୍ୱରେ ଥିବା ଅଧିକାରୀ ତପନ ମଜୁମଦାର କହନ୍ତି ବନ୍ୟା ସମୟରେ ନଦୀ ବନ୍ଧ ପ୍ରତି କୌଣସି ବିପଦ ନାହିଁ । ଏହି ସମସ୍ୟା ବା ନଦୀ ବନ୍ଧରେ ଫାଟ ୨୦୧୬ ମସିହା ଠାରୁ ଆରମ୍ଭ ହୋଇଛି । ପ୍ରତି ବର୍ଷ ଏଥି ପାଇଁ ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା କଥାକୁ ସ୍ୱୀକାର କରିଛନ୍ତି । ନଦୀ ମଧ୍ୟରେ ବାଲି ସୁପ୍ତ ହୋଇ ଯିବାରୁ ପାଣି ବନ୍ଧକୁ ଲାଗି ନିଷ୍କାସନ ହେଉଛି । ଯାହା ଫଳରେକି ପାଣି ଛାଡି ଯିବା ପରେ ନଦୀରେ ଫାଟ ସୃଷ୍ଟି ହେଉଛି ।  ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଏକ ପ୍ଳାନ ଯାଇଛି । ତାହା ଏବେ ହାଇ ପାୱାର କମିଟି ପାଖରେ ରହିଛି । ସେଠାରୁ ଅନୁମତି ମିଳିଲେ ପ୍ରଥମେ ନଦୀ ଭର୍ଗରୁ ବାଲି କଡାଯିବ ତା ପରେ ଟେଣ୍ଡର ମାଧ୍ୟମରେ ନଦୀବନ୍ଧର ସ୍ଥାୟୀ ପ୍ରତିକାର କରାଯିବ ବୋଲି ଶ୍ରୀ ମଜମୁଦାର କହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts