Breaking News

ନାଗ ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ


 ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ବାଲିହୁଙ୍କା ଗ୍ରାମ ବନ୍ୟା ପାଣିରେ ବୁଡିକି ରହିଛି । ଯାହାକି ଜୀବଜନ୍ତୁ, ସାପ , ବିଛା ମାନେ ଏଣେ ତେଣେ ବୁଲୁଛନ୍ତି । ବାଲିହୁଙ୍କା ଗ୍ରାମର ରମାମଣି ଜେନା (୬୭)ଙ୍କୁ ଘରେ ଏକ ନାଗ ସାଫ କାମୁଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଥାନାକୁ ଖବର ଦେଇଥିଲେ । ଖବର ପାଇ ଖୋର୍ଦ୍ଧା ପୋଲିସ ମେଡିକାଲରେ ପହଞ୍ଚ ଶବ ଜବତ କରି ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମେନ୍ତ ପଠାଇଥିବା ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts