Breaking News

ମାରୁତି ସେନା ପକ୍ଷରୁ ବନ୍ୟା ଅଞ୍ଚଳରେ ରିଲିଫ ସମାଗ୍ରୀ ବଣ୍ଟନ


 ପୁରୀ---- ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ କେତେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ବନ୍ୟା ଚାଡିବା ପରେ ଲେକମାନଙ୍କର ଦୁର୍ଦ୍ଧଶା ଅଧିକ ବଡି ଯାଇଛି । ଏହାକୁ ଲକ୍ଷ୍ୟ କରି ମାରୁତି ସେନ ପକ୍ଷରୁ ମାଟିତୋଟା ଅଞ୍ଚଳରେ ରିଲିଫ ସମାଗୟୀ ବଣ୍ଟନ କରାଯାଇଛି । ମାରୁତି ସେନାର ପୁରୀ ଜିଲ୍ଲା ସଂଯୋଜିକା ଇତିଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ  ମାଟି ତୋଟା ଅଞ୍ଚଳର ଅସହାୟ ପରିବାରଙ୍କୁ ଶୁଖିଲା ଖଶଦ୍ୟ ସମାଗ୍ରୀ ବଣ୍ଟନ କରାଯାଇଛି । ଏହି ପରି ମାରୁତି ସେନା ତାର ନିଜସ୍ୱ ସଦସ୍ୟ ମାନଙ୍କ ସହଯୋଗରେ ରିଲିଫ ସମାଗ୍ରୀ ବଣ୍ଟନ କରୁଛି । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଳକରେ ସହାୟ ପରିବାର ମାନଙ୍କୁ ରିଲିଫ ସମାଗ୍ରୀ ବଣ୍ଟନ କରାଯିବ ବୋଲି ପପୁ ଦଳବେହେରାଙ୍କ ଠାରୁ ସୁଚନା ମିଳିଛି । ସନ୍ତୋଷ ପଣ୍ଡା, ସଂଗ୍ରାମ ମହାପାତ୍ର, ତ୍ରିପାଥ ଭୋଇ, ରୀନା ପରିଡା, ଭାଗିରଥି ନାୟକ,ଦିଲୀପ ପ୍ରଧାନ,ଶ୍ରୀଧର ଆଚାର୍ଯ୍ୟ, ଜିନୁ ନାୟକ, ଝରଣା ପ୍ରଧାନ, ଅନିଲ ପରିଡା, ସତ୍ୟ ପ୍ରକାଶ ସାହୁ, ଜୟନ୍ତ ସ୍ୱାଇଁ, ମନୋଜ ମାଝୀ, ଅରୁଣ ନାୟକ, ବିଜୟ ପରିଡା, ପ୍ରକାଶ ସ୍ୱାଇଁ, କୁମୁଦିନୀ ପାଟ୍ଟଶାଣି ପ୍ରମୁଖ ରିଲିଫ ସମାଗୟୀ ବଣ୍ଟନ ସମୟରେ ସହଯୋଗ କରିଥିଲେ ।  

ପୁରୀରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts