Breaking News

ଡେଲାଙ୍ଗରେ ଦୁଇ କରୋନା ଯୋଦ୍ଧାଙ୍କ ସହ ୭ ଜଣ ପଜିଟିଭ ଚିହ୍ନଟ

 ଡେଲାଙ୍ଗ -----  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ନୁଆ ନୁଆ ପଜିଟିଭ ଚିହ୍ନଟ ହେଉଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ କେହି କୋଭିଡ-୧୯ ଆଇନକୁ ମାନୁ ନାହାନ୍ତି । ଯାହା ଫଳରେକି କରୋନା କମିବାର ନାଁ ଗନ୍ଧ ଧରୁନାହିଁ । ମଙ୍ଗଳବାର ଦିନ ଡେଲାଙ୍ଗ ବ୍ଳକରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କରୋନା ଯୋଦ୍ଧା ତଥା ଡେଲାଙ୍ଗ ଥାନାର ଦୁଇଜଣ କର୍ମଚାରୀ ରହିଛନ୍ତି ।  ଅନ୍ୟ ମାନଙ୍କ ମଧ୍ୟରେ ଅରିଶଲ ଗ୍ରାମ ପଞ୍ଚାୟତର ଖଣ୍ଡିଗାଁରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ପିଢ଼ପାଟଣାରୁ ୧ ଜଣେ, ବେରବୋଇରୁ ୧ଜଣେ ଓ ତଇଲାସାହିରୁ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ନିଜ ନିଜ ହୋମ କରେଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଡେଲାଙ୍ଗ ମେଡିକାଲ ବିପିଏମ ଦିଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts