Breaking News

ଉତ୍କଳମଣି ସାମ୍ବାଦିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ


 ପିପିଲି--- ତେଇଶିପୁର ଠାରେ ଉତ୍କଳମଣି ସାମ୍ବାଦିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ  ଆତ୍ମର ସଭାପତି ତଥା ଯୁବନେତା ଧରଣୀଧର ସାହୁ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ କ୍ରୀଡା ଶିକ୍ଷକ ରାଜ କିଶୋର ପ୍ରଧାନ ଓ ସାମ୍ବଦିକ ସଂଘର ସମ୍ପାଦକ ବିଜୟ କୁମାର ମହାପାତ୍ର , ସାମ୍ବାଦିକ ମନରଞ୍ଜନ ମହାପାତ୍ର, ପ୍ରଫୁଲ ସାହୁଙ୍କ ସହିତ  ସଂଘର ସଦସ୍ୟ ଓ ତେଇଶିପୁର ବୁଦ୍ଧିଜିବୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ତେଇଶିପୁର ବଜାର କମିଟି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା । ତେଇଶିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନରେନ୍ଦ୍ର ଦାସ ଓ ସମିତିସଭ୍ୟ ଧରଣୀ ଧର ସାହୁ ଅନ୍ୟ ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ମା ଉତ୍ତରାୟଣୀ ଶୀତଳ ଭଣ୍ଡାର ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପିପିଲି ଆତ୍ମା କାର୍ଯ୍ୟାଳୟ ପରିସରରେ ଆତ୍ମାର ସଭାପତି ଧରଣୀଧର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ପିପିଲି ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ବିଜେଡି କାର୍ଯ୍ୟାଳୟ ପରିସରରେ ସଭାପତି ପ୍ରଫୁଲ କୁମାର ସ୍ୱାଇଁ ଓ ସମ୍ପାଦକ ସନ୍ତୋଷ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ । ପିପିଲି ଥାନାରେ ଏସଡିପିଓ ଦେବଦତ୍ତ ବରାଳ ପତାକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସ୍ୱେଚ୍ଚାସେବୀ ଅନୁଷ୍ଠାନ ମାନଙ୍କରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବ୍ୟବହାର କରି ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts